
ଉମରକୋଟ : ଭାରତ ଯେଉଁଠି 76 ତମ ସ୍ଵର୍ଣ ଜୟନ୍ତୀ ପାଳନ କରୁଛି ସେହି ଭାରତରେ ଦୁର୍ଗମ ଅଞ୍ଚଳର ଆଦିବାସୀମାନେ ବିଭିନ୍ନ ସମୟରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ଖବର ନା ପ୍ରଶାସନ ପାଖରେ ପହଞ୍ଚୁଛି ନା ଶୁଣୁଛନ୍ତି ସରପଞ୍ଚ ନା ବ୍ଲକର ବିଡ଼ିଓ l ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର ସାଲେଭାଟା ଗ୍ରାମରେ l ସାଲେଭାଟା ଗାଁର କୁଶ ମୁଦଳି ପିତା ମିଳକୁ ମୁଦଳି ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ହେବ ନିଜର ଗୋଟିଏ ଗୋଡ଼ ନିଆଁରେ ପଡ଼ି ହୋଇ ଅକାମି ଭିନ୍ନକ୍ଷମ ପାଲଟିଛି l ଅର୍ଥ ଉପାର୍ଜନରେ ଅସମର୍ଥ ହୋଇ ନିଜର ପରିବାର ପତିପାଳନ କରିବା ପାଇଁ ନାହିଁ ନ ଥିବାର ଅବସ୍ଥାରେ ଭୋଗୁଛି l ତାଙ୍କର ଏହି ଅବସ୍ଥା ପାଇଁ ବାରଂବାର ଗ୍ରାମସଭା, ସରପଞ୍ଚ ଏକ୍ସ ସରପଞ୍ଚ ବ୍ଲକର ବିଡ଼ିଓ ସମସ୍ତଙ୍କୁ ଗୋଚରାର୍ଥେ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି କୁଶ ମୁଦଲିର କଥାକୁ ବୁଜୁ ନାହାନ୍ତି କହିଲେ l ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଖଣ୍ଡ ନାହିଁ ଭଙ୍ଗା ଦଦରା ଘରେ ପରିବାର ସହିତ ଜୀବନ ବିତାଉଛି l ତାଙ୍କର ଦୁଃଖ କହିଲେ ନ ସରେ ଉଲ୍ଲେଖ ଥାଉ ଏହି ସବୁ ଅଞ୍ଚଳ ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ l କୌଣସି ରୋଗରେ ବା ପ୍ରସୁତି ମା ମାନଙ୍କୁ ଏହି ଗର୍ତ ପୂର୍ଣ୍ଣ ରାସ୍ତାରେ ଚିକିତ୍ସାଲୟରେ ପହଁଞ୍ଚାଇବାକୁ ନାନା ଅସୁବିଧାର ଦୃଷ୍ଟାନ୍ତ ପରିଲୋକ୍ଷିତ ଓ ନଥି ଭୁକ୍ତ l କୁଶ ମୁଦଳିଙ୍କ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଲେଭାଟା ଗ୍ରାମବାସୀ ଓ ଆଖ ପାଖ ଗ୍ରାମର ବୁଦ୍ଧି ଜୀବି ମାନେ ଦାବି କରିଛନ୍ତି |(ଉମରକୋଟ, ରସିକ ସରକାର )