ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

add-all

ହିଞ୍ଜିଳିକାଟୁ ୧୯।୧୨ : ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମମ ନିମନ୍ତେ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଠିକାଦାର ମାଟି ଖୋଳି ପକାଇ ମାଟି କୁଆଡେ ଗଲା କିଏ ଜାଣିଲେ ନାହିଁ। ଅନ୍ୟପକ୍ଷରେ ସେଠାରେ କୁତ୍ରିମ ବନ୍ଧ ହୋଇ ଆଵର୍ଜନା ସହ ଅବ୍ୟବହୃତ ପରିବା ଓ ଘାସ ରେ ଦୁର୍ଗନ୍ଧ ମୟ ପରିଵେଶ ସୃଷ୍ଟି ହୋଇଛି। ପ୍ରଶାସନିକ ସ୍ତରରେ ତିଳେ ମାତ୍ର ନିଘା ନଥିବାର ଦେଖିବାକୁ ମିଳିଛି। ପ୍ରତିଦିନ ପରିବା ଖାଇବାକୁ ଆସି ଗାଈଗୋରୁ ପଡି ଛଟପଟ ହେଉଥିବାର ଦେଖିବାକୁ ମିଳିଛି। ଗାଇ ଗୋରୁ ଓ ଷଣ୍ଢ ପଡି ଛଟପଟ ହେଉଥିବା ଵେଳେ ଅନେକ ସମୟରେ ଖଲାସି ମାନେ ଉଠାଇଥାନ୍ତି। ସୋମବାର ଅପରାହ୍ନରେ ଏକ ଷଣ୍ଢ ପରିବା ଖାଇବାକୁ ଯାଇ ଖାଲରେ ଖସିପଡି ଛଟପଟ ହେଉଥିବାର ଦେଖି ଯୁବ ବ୍ୟବସାୟୀ ମାନେ ଉଠାଇବା ପାଇଁ ଚେଷ୍ଟା କରିଥିଲେ ପାରି ନଥିଲେ। ପରେ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଗାତରୁ ଉଦ୍ଧାର ହେଲା ଷଣ୍ଢ। ଏକ ବୁଲା ଷଣ୍ଢ ଏହି ଗାତରେ ପଡିଯାଇ ନିଜର ଜୀବନ ବଞ୍ଚାଇବା ଲାଗି ସଂଘର୍ଷ କରୁଥିଲା। ସ୍ଥାନୀୟ ବ୍ୟବସାୟୀ ହିଞ୍ଜିଳି ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ଗୌତମ ସାହୁ ଓ ତାଙ୍କ ସହଯୋଗୀ ଦୀର୍ଘ ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଗାତରୁ ଷଣ୍ଢଟିକୁ ଉଦ୍ଧାର କରିଥିଲେ।ପ୍ରକାଶ ଥାଉକି ଗତ ୨୮ ୮ ରିଖରେ ଏକ ଷଣ୍ଢ ଏହି ଗାତରେ ପଡିଥିବା ଅବସ୍ଥାରେ ଅଗ୍ନିଶମ ଵିଭାଗ ଉଦ୍ଧାର କରିଥିଲେ। ଏନେଈ ବାରମ୍ବାର ଅଭିଯୋଗ ପରେ ପୌରପାଳିକା ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ad-week
Leave A Reply

Your email address will not be published.