ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶ୍ରମମନ୍ତ୍ରୀ

add-all

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇ ଆଜି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ୭ଟି ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ବୁଗୁଡ଼ା ବ୍ଲକ ଅନ୍ତର୍ଗତ କୁଶପଲ୍ଲୀ, କତକଲା, ଟଭାପଲ୍ଲୀ, ଶଙ୍କୁରୁ , ଗୁଡ଼ିପଲ୍ଲୀ, କଲମ୍ବ, ଟିକରପଡା ଗ୍ରାମଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ଶତ ପ୍ରତିଶତ ଘରୋଇ ପାନୀୟ ଜଳ ଯୋଗାଣ ସଂଯୋଗୀକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ଏଥିସହ କଞ୍ଚୁରୁ ଗ୍ରାମଠାରେ ବିଜୁ ସେତୁ ଯୋଜନା ଅନ୍ତର୍ଭୁକ୍ତ କଲମ୍ବ-ପାଙ୍ଗିଡି ରାସ୍ତାର ସାଢେ ଚାରି କିଲୋମିଟର ଲୋକାଲ୍ ନାଳ ଉପରେ ସେତୁ ନିର୍ମାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ସାହୁ, କନିଷ୍ଠ ଯନ୍ତ୍ରୀ ରାମା ରାଓ , ବ୍ଲକ ବିଜେଡି ସଭାପତି ଇ.ମଦନ ଗୋପାଲ ଦୋରା, ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ,ନୀଳମାଧବ ଆଚାରୀ ,ରବିନ୍ଦ୍ର ନାଥ ପଣ୍ଡା, ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବୁଗୁଡ଼ା ନଗରପାଳ ଚିତ୍ରସେନ ପ୍ରଧାନ,କବିରାଜ ଗୌଡ଼, ସୂର୍ଯ୍ୟମଣି ଗୌଡ଼ ଏବଂ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସାଧରଣ ଜନତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.