ଦୀର୍ଘ ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

add-all

ଭୁବନେଶ୍ବର : ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳାକୁ ବିଭାଗ ଆଦୌ ବରଦାସ୍ତ କରାଯିବନି । ଦାୟିତ୍ୱହୀନତା ପାଇଁ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପିଲାଙ୍କ ପଢ଼ାରେ ତ୍ରୁଟି ଓ ବିଫଳତା ପାଇଁ ଶିକ୍ଷକମାନେ ଉତ୍ତରଦାୟୀ ରହିବେ । ଶିକ୍ଷକ ନିଯୁକ୍ତି ପାଇ ସ୍କୁଲ ଆସୁ ନଥିବା ତଥା ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଜ୍ୟରେ ଦୀର୍ଘଦିନ ଧରି ବିନାନୁମତିରେ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ବର୍ଗରେ କାର୍ଯ୍ୟ କରୁଥିବା ୯୬ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିନାନୁମତିରେ ବହୁ ଶିକ୍ଷକ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ଯୋଗୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ୨୬ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ୧୫୪ଜଣ ପ୍ରାଥମିକ ଶିକ୍ଷକଙ୍କୁ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଆଗାମୀ ଦିନରେ ଏହି ସମୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ଏଭଳି କାର୍ଯ୍ୟ କ୍ଷେତ୍ରରେ ଅବହେଳା କରୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଉଚିତ୍ ଦଣ୍ଡବିଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ସହ ସମସ୍ତ ବ୍ଲକ୍‌ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି । ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏ ସବୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପକ୍ଷରୁ ଗତ ୧୬ ଓ ୧୭ ତାରିଖ ସେଣ୍ଟ୍ରାଲ ଜୋନ୍‌ର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ପାଇଁ ଦୁଇ ଦିନିଆ କର୍ମଶାଳା ଓ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ତେବେ କର୍ମଶାଳାର ସମୀକ୍ଷା ବୈଠକରୁ ବହୁ ଶିକ୍ଷକ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ତେଣୁ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏତଦ୍‌ବ୍ୟତୀତ ୧୫୪ ଜଣ ପ୍ରାଥମିକ ଶିକ୍ଷକଙ୍କୁ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି ।

ସେହିପରି ପ୍ରାଥମିକ ବର୍ଗର କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ୯୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦର୍ଶାଇଛି । ଆଗାମୀ ଦିନରେ ଏହି ସମୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବା ସହ କାର୍ଯ୍ୟ କ୍ଷେତ୍ରରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ପ୍ରାଥମିକ ଶିକ୍ଷଙ୍କ କ୍ଷେତ୍ରରେ ଏହି ସଂଖ୍ୟା ଅଧିକ ଥିବାବେଳେ ସେମାନଙ୍କୁ ଚିହ୍ନଟ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ‘ସ୍ପେସାଲ୍‌ ଡ୍ରାଇଭ୍‌’ ଆରମ୍ଭ ହେବାକୁ ଯାଉଛି ।

ad-week
Leave A Reply

Your email address will not be published.