ନିୟୁ ଏରା ପବ୍ଲିକ୍ ସ୍କୁଲରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ

add-all

ବୁଗୁଡ଼ା : ସ୍ଥାନୀୟ ନିୟୁ ଏରା ପବ୍ଲିକ୍ ସ୍କୁଲ ପକ୍ଷରୁ ସ୍ବପରିସରରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୬ଟି ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀଶଙ୍କର ମିଶ୍ର, ଶିକ୍ଷକ ଶଙ୍କର ନାୟକ ଓ ଗୌରୀ କୁମାର ମିଶ୍ର ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଶିକ୍ଷକ ଅନିରୁଦ୍ଧ ଗୌଡଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସିମାଞ୍ଚଳ ଦାଶ, ନାରାୟଣ ସେଠୀ, ବୈଷ୍ଣବ ଚରଣ ଦାଶ, ତପନ ମହାରଣା ଏବଂ ଶିକ୍ଷୟିତ୍ରୀ ସୁଦିପ୍ତା ମିଶ୍ର, ଆଦିତି ପୋଲାଇ, କବିତା ସେଠୀ, ସପ୍ନା ବେହେରା, ଶୁଭଶ୍ରୀ ଜେନା, ଦିପ୍ତିମୟୀ ସାହୁ, ନମିତା ପଟ୍ଟନାୟକ, ବର୍ଷାରାଣୀ ପଣ୍ଡା ଓ ମାନସୀ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।.

ad-week
Leave A Reply

Your email address will not be published.