ଲାଇନପଡ଼ା ସରକାରୀ ବିବି ହାଇସ୍କୁଲର ବାର୍ଷିକ କ୍ରୀଡାଉତ୍ସବ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ନିକଟସ୍ତ ଲାଇନପଡ଼ା ସରକାରୀ ବିବି ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀଙ୍କ ନେତୃତରେ ୪୮ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହେଇଯାଇଛି l ଏହି ଉତ୍ସବରେ କୁସୁମେଣ୍ଡି ପଞ୍ଚାୟତର ସରପଞ୍ଚ ମହୋଦୟା ସୁମତି କହଁର ପ୍ରଥମ ଦିନର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ସମିତି ସଭ୍ୟା ମାମାଲି ନାୟକ ଏହି କାର୍ଯ୍ୟକ୍ରମ ଟିକୁ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ରାଜେନ୍ଦ୍ର ନାରାୟଣ ବେହେରା, ଶିକ୍ଷକ ଲକ୍ଷ୍ମୀ ନାରାୟଣ ପୁରୋହିତ , ବାର୍ଷିକ କ୍ରୀଡ଼ା ର ପରିଚାଳନା କରିଥିଲେ ସୁଶୀଲ କୁମାର କହଁର, ଶେଷରେ ଶିକ୍ଷକ ବିକ୍ରମ ବିହାରି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ବରିଷ୍ଟ ଶିକ୍ଷୟିତ୍ରୀ ଶ୍ରୀମତୀ ରତ୍ନା ମଞ୍ଜରୀ ମହୋଦୟା ଙ୍କ ସମେତ ଶିକ୍ଷକ ସୁଶୀଳ ପରାସେଠ, ଶିକ୍ଷୟିତ୍ରୀ ବାସନ୍ତି ପ୍ରଧାନ, ଶିକ୍ଷକ ସ୍ମୁତିକାନ୍ତ ମହାରଥ ,ଶୁଭେନ୍ଦୁ ହଂସ, ବିଶ୍ୱାମିତ୍ର ଭୋଇ, କୁନୁ ନାୟକ ଏବଂ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବେ ପାଳିତ ହୋଇଥିଲା l

ad-week
Leave A Reply

Your email address will not be published.