ଗଂଜେଇ ଚୋରା ଚାଲାଣ ଗୁଇନ୍ଦା ଅବକାରୀ ପକ୍ଷରୁ ଚଢ଼ାଉ : ୬୦ କିଲୋ ଗଂଜେଇ ସହ ୨ ଗିରଫ

add-all

ବ୍ରହ୍ମପୁର : ଗଂଜେଇ ଚୋରା ଚାଲାଣ ବେଳେ ବ୍ରହ୍ମପୁର ଗୁଇନ୍ଦା ଅବକାରୀ ପକ୍ଷରୁ ଚଢ଼ାଉ କରି ଏକ ମହିନ୍ଦ୍ରା ବୋଲେରୋ ଗାଡ଼ିରୁ ୬୦ କିଲୋ ଗଂଜେଇ ସହ ୨ ଜଣଙ୍କୁ ଗିରଫ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଗୁଇନ୍ଦା ଥାନା ଅଧିକାରୀ ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ସୋରଡ଼ା ଥାନା ଅନ୍ତର୍ଗତ ବାଇମେରା ବନବିଭାଗ ଫାଟକ ନିକଟରେ ଯାଚଂ କରିଥିବା ବେଳେ ଏକ ମହେନ୍ଦ୍ର ବୋଲେରୋ ପିକ୍ ଅପ୍ ଭ୍ୟାନ୍ କୁ ଅଟକାଇଥିଲେ । ଉକ୍ତ ଭ୍ୟାନ୍ କୁ ଯାଚଂ କରିବା ବେଳେ ଗାଡ଼ିରୁ ୬୦ କିଲୋ ଗଂଜେଇ ଜବତ ହୋଇଥିଲା । ବାହାର ରାଜ୍ୟକୁ ଏହି ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ ପୋଲିସ । ତେବେ ଏହି ସଂକ୍ରାନ୍ତରେ ବଡ଼ଗଡ଼ ଜିଲ୍ଲାର କୁଦାପଲ୍ଲୀ ଗ୍ରାମର ପ୍ରଶାନ୍ତ ଖେଲଥା, ଏବଂ ସିମେଟଂ୍ ନଗର ମୋହିତ୍ ଅଗ୍ରୱାଲକୁ ଗିରଫ କରିଥିଲା ଅବକାରୀ ପୋଲିସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଡ଼େପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.