ଜି.ଉଦୟଗିରି ଏନଏସି ୱାର୍ଡ ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ନଂ ୱାର୍ଡସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ୩୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଜାନୁଆରୀ ୨ ତାରିଖ ସୁଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ପତ୍ର ଘୋଷଣା କରାଯିବ। ଜାନୁଆରୀ ୧୨ରେ ଭୋଟ ଗ୍ରହଣ ଓ ୧୩ରେ ଭୋଟ ଗଣନା ଓ ଫଳାଫଳ ଘୋଷଣା କରାଯିବା ନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ, ଯେ, ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ନଂ ୱାର୍ଡ ସଭ୍ୟ ଏଲ.ବୁଲିୟନଙ୍କ ପରଲୋକ ପରେ ସେହି ପଦବୀ ଖାଲି ପଡ଼ିଥିଲା।

ad-week
Leave A Reply

Your email address will not be published.