ବୁଦ୍ଧଖୋଲରେ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ

add-all

ବୁଗୁଡ଼ା : ନିକଟସ୍ଥ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଠାରେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ଏକ ବିରଳ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୟୋଜ୍ୟେଷ୍ଠ ଛାତ୍ର ଦୁଃଖିଶ୍ୟାମ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ତତ୍କାଳୀନ ଛାତ୍ର ଓ ସେମାନଙ୍କ ପରିବାର ଯୋଗ ଦେଇ ଅତୀତର ସ୍ମୃତି ରୋମନ୍ଥନ କରିଥିଲେ । ପରିଣତ ବୟସର ଏହି ବନ୍ଧୁମାନେ ପ୍ରଥମେ ବୁଗୁଡ଼ାର ଅର୍କ ପୀଠ ବିରଞ୍ଚି ନାରାୟଣ ଓ ବଳଦେବଙ୍କ ପୀଠରେ ଏକାଠି ହୋଇ ଏକ ଶୋଭଯାତ୍ରାରେ ବାହାରି ପିପୁଲ୍ସ ହାଇସ୍କୁଲରେ ପହଞ୍ଚି ନିଜ ଶ୍ରେଣୀ କକ୍ଷରେ କିଛି ସମୟ ଅତିବାହିତ କରି ଫେରିଥିଲେ । ସମାବେଶର ସ୍ଵର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଗୀତା ପାଠ କରାଯାଇଥିବା ବେଳେ ଏକ ଭାବାବେଗ ପୂର୍ଣ୍ଣ ପରିବେଶରେ ସମସ୍ତେ ସ୍ଵ ସ୍ବ ଅନୁଭୂତି ପ୍ରକାଶ କରିବା ପରେ ଉପାୟନ ଦ୍ଵାରା ସତ୍କୃତ ହୋଇଥିଲେ । ଏହି ଅବସରରେ ପିପୁଲ୍ସ ହାଇସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଆଲୁମିନି ପକ୍ଷରୁ ଆସନ୍ତା ଶିକ୍ଷା ବର୍ଷ ଠାରୁ ବିଦ୍ୟାଳୟର ମାଟ୍ରିକ୍ ଟପ୍ପର ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ସଭା ଶେଷରେ ସମସ୍ତେ ପୁନର୍ବାର ଏଭଳି ବନ୍ଧୁ ମିଳନ କାର୍ଯ୍ଯକ୍ରମ କରାଯିବ ବୋଲି ନିଷ୍ପତ୍ତି ନେଇ ବିଦାୟ ନେଇଥିଲେ ।ଏହି ବ୍ୟାଚର ଦିବଂଗତ ସମସ୍ତ ଶିକ୍ଷକ ଓ ୧୫ ଜଣ ସହପାଠୀଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ଧନ୍ୟବାଦ ପ୍ରଦାନ କରି ସମାବେଶର ପରିସମାପ୍ତି କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ , ପିପୁଲ୍ସ ହାଇସ୍କୁଲର ପ୍ରାକ୍ତନ ଛାତ୍ର ତଥା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଶରତ ଚନ୍ଦ୍ର ମିଶ୍ର ଏଭଳି ଆଲୁମିନି ମିଟ୍ କରିବା ପାଇଁ ପଢାସାଥୀ ପ୍ରମୋଦ କୁମାର ମହାନ୍ତିଙ୍କୁ ଏକ ପ୍ରସ୍ତାବ ୨୦୧୭ ମସିହାରେ ଦେଇଥିଲେ । ସେହି ପ୍ରସ୍ତାବ କ୍ରମେ ଦୀର୍ଘ ଚାରି ବର୍ଷରେ ତାହା ଦୀର୍ଘ ୪ ମାସ କାଳ ଏନେଇ ଚିନ୍ତନ ସହ କୈଳାସ ଚନ୍ଦ୍ର ଦାଶ, ଅମୂଲ୍ୟ ପରିଡା,ଅଭୟ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାହୁ, ଅମୀୟ କୁମାର ଦାଶ, ଜି.ବାପୁଜୀ ପାତ୍ର, ଗୌରୀପତି ଦାଶ ପ୍ରମୁଖଙ୍କ ପ୍ରଚେଷ୍ଟା ଫଳରେ ତାହା ସଫଳ ହୋଇଥିବାରୁ ସବୁ ସ୍ତରରୁ ପ୍ରଶଂସା କରାଯାଇଥିଲା ।

ad-week
Leave A Reply

Your email address will not be published.