ଭାରସଣ୍ଡୀ ଡିଏନକେ ଗ୍ରାମରେ ଉନ୍ନତି ମୂଳକ ନୂତନ କାର୍ଯ୍ୟର କାର୍ଯ୍ୟଦେଶ ପ୍ରଦାନ

add-all

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଗୋନା ପଞ୍ଚାୟତର ଭାରସଣ୍ଡୀ ଡି ଏନ କେ ଗ୍ରାମରେ ଆଜି ଏକ ସାଧାରଣ ବୈଠକ ବ୍ଲକ ଚେୟାରମ୍ୟାନ ନବୀନା ନାୟକଙ୍କ ଅଧ୍ୟକ୍ଷତାରେ ନୂତନ ଗ୍ରାମ୍ୟ ଉନ୍ନୟନ ମୂଳକ ଚାରିଟି କାର୍ଯ୍ୟ ଯେମିତି ସିସି ରାସ୍ତା ଗ୍ରାମର ଡ୍ରେନ ଓ ଅନ୍ୟ ଅନ୍ୟ କାମ ପାଇଁ (13,3400)ତେର ଲକ୍ଷ ଚୌତିଶ ହଜାରର କାର୍ଯ୍ୟଦେଶ ପ୍ରଦାନ କରିଛନ୍ତି ଏବଂ କହିଛନ୍ତି ଗ୍ରାମର ସମସ୍ତେ ମିଳିମିଶି କାର୍ଯ୍ୟଟି ସମ୍ପୂର୍ଣ କରିବାକୁ l ଆଜିର ଏହି ନୂତନ କାର୍ଯ୍ୟଦେଶ ପ୍ରଦାନ କରିବା ସମୟରେ ବ୍ଲକ ଚେୟାରମ୍ୟାନ ଶ୍ରୀମତି ନବୀନା ନାୟକ, ଯେ ଇ ଶ୍ରୀ ରଜନି କାନ୍ତ ଭକ୍ତ, ଜ଼ିଲ୍ଲା ପରିଷଦ ଶ୍ରୀ ଖଗେଶ୍ୱର ହରିଜନ, ଗୋନା ସରପଞ୍ଚର କାର୍ଯ୍ୟ କର୍ତ୍ତା ଶ୍ରୀ ନବୀନ ସାନ୍ତା, ସମିତି ମେମ୍ବର ଶ୍ରୀ କୁମର ସିଂ ଗଣ୍ଡ, ଏକ୍ସ ଏମ ଏଲ ଏ ଶ୍ରୀ ସୁବାସ ଗଣ୍ଡ, ଶ୍ରୀ ଅଭିମନ୍ୟୁ ଡାକୁଆ ଓ ଭାରସଣ୍ଡୀ ଗ୍ରାମର ବିଶିଷ୍ଟ ବିଶିଷ୍ଟ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତରେ ନଡ଼ିଆ ଭାଙ୍ଗି ପୂଜା ଅର୍ଚ୍ଚନା କରି କାର୍ଯ୍ୟଦେଶ ଦେଇ ନୂତନ ଉନ୍ନତି ମୂଳକ କାର୍ଯ୍ୟର ଶୁଭକାମନା କରିବା ସହିତ ଶୁଭ ଆରମ୍ଭ କଲେ l

ad-week
Leave A Reply

Your email address will not be published.