ସଂସଦରେ ହେଲାନି ଚୀନ୍ ପ୍ରସଙ୍ଗରେ ଚର୍ଚ୍ଚା, କକ୍ଷ ତ୍ୟାଗ କଲା କଂଗ୍ରେସ

add-all

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ଲଗାତର ଚୀନ୍ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରୁଛନ୍ତି। ସେପଟେ ଶାସକ ଦଳର ସାଂସଦମାନେ ଘର ବାହାରେ ବିଜେପି ଏବଂ ଆରଏସଏସ ଉପରେ ଦେଇଥିବା ବିବୃତ୍ତି ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ଠାରୁ କ୍ଷମା ଦାବି କରୁଛନ୍ତି। ଏହାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ବୁଧବାର ଦିନ ଚୀନ ଆକ୍ରମଣ ଏବଂ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳ ପୁଣି ଥରେ ନୋଟିସ୍ ଦେଇଥିଲେ । କିନ୍ତୁ ସରକାର ଆଲୋଚନା କରିବାକୁ ସଫା ସଫା ମନା କରି ଦେଇଛନ୍ତି। ଫଳରେ କଂଗ୍ରେସ ସାଂସଦମାନେ କକ୍ଷ ତ୍ୟାଗ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଚୀନ୍‌ର ଅନୁପ୍ରବଶେ ନେଇ ସଂସଦରେ ଚର୍ଚ୍ଚା ହେବା ଉଚିତ। ଦେଶବାସୀ ଏନେଇ ଜାଣିବା ଉଚିତ। ତେଣୁ ଏନେଇ ଆଲୋଚନା କରାଯିବାକୁ ନେଇ ପ୍ରସ୍ତାବ ଦେଇଥିଲେ। ତେବେ ବିରୋଧୀଙ୍କ ଏହି ପ୍ରସ୍ତାବକୁୂ ସରକାର ଖାରଜ କରିଦେଇଛନ୍ତି। ଫଳରେ କଂଗ୍ରେସ ନେତାମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି, ବିରୋଧୀମାନେ ଏକ ସମ୍ବେଦନଶୀଳ ରଣନୀତିକ ପ୍ରସଙ୍ଗରେ ଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ଲୋକସଭା ଓ ରାଜ୍ୟସଭାରେ ବିସ୍ତୃତ ବିବରଣୀ ଦେଇଛନ୍ତି। ଗୃହରେ ଏଭଳି ରଣନୈତିକ ତଥା ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା କରିବା ଠିକ୍ ହେବ ନାହିଁ।

ଆଜି ସାକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ଓ ବିରୋଧୀ ଦଳର ନେତାମାନେ ମିଶି ଚୀନ୍ ଓ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିଥିଲେ।

ad-week
Leave A Reply

Your email address will not be published.