
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିକିଟୀ ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୫୦ ତମ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜିତ ହେବ । ଏହି ବିଦ୍ୟାଳୟ ୧୯୭୨ ମସିହାରେ ଆରମ୍ଭ ହୋଇଥିଲା ଯାହାକି ଆଜି ୫୦ ବର୍ଷରେ ପହଞ୍ଚି ସାରିଛି ସେଇଥିପାଇଁ ଆସନ୍ତା ବର୍ଷ ଜାନୁଆରୀ ମାସ ତା ୧୪ ଓ ୧୫ ରିଖ ଦୁଇ ଦିନ ଧରି ବିଦ୍ୟାଳୟ ପରିସର ମଧ୍ୟରେ ମହା ଆଡମ୍ବରରେ ପାଳିତ କରିବା ପାଇଁ ନିର୍ଦ୍ଧାରିତ କମିଟି ତରଫରୁ ସୂଚନା ଦିଆଯାଇଛି।ଆସନ୍ତା ମାସ ତା ୭ ଓ ୮ ରିଖ ଦୁଇ ଦିନ ଧରି ବିଦ୍ୟାଳୟ ପରିସର ମଧ୍ୟରେ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରାଯିବ। ତାରିଖ ୭ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ତାରିଖ ୮ରେ ଗ୍ରାମ ଓ ଆଖ ପାଖ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶିବିରଟୀ ଆୟୋଜନ କରାଯାଇଛି।ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ସୁବର୍ଣ୍ଣ ଜୟନ୍ତୀ ସମାରାହ ଉପଲକ୍ଷେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ କରବାଲୁଆ ଠାକୁରାଣୀ ମନ୍ଦିର ଛକ ନିକଟରୁ ବିଦ୍ୟାଳୟର ଛାତ୍ରମାନେ ମିଶି ଏକ ପଦଯାତ୍ରାରେ ବାହାରି ଗ୍ରାମର ବାହାରେ ରହୁଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଘରଲୋକଙ୍କ ଜରିଆରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ନିମନ୍ତ୍ରଣ କରି ବକ୍ସି ବଜାର ନିକଟ ରଘୁନାଥ ମଠ ପରିସର ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ କାର୍ଯ୍ୟକ୍ରମ କୁ କିପରି ସୂଚାର ରୂପେ ପରିଚାଳିତ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା। ନିର୍ଦ୍ଧାରିତ କମିଟି ମାନେ ଗାଁ ଓ ଗାଁ ବାହାରେ ସହର ଏବଂ ବିଦେଶରେ ରହୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ଯେପରି ପହଞ୍ଚିବେ ସେ ନେଇ ବକ୍ତବ୍ୟ ରଖିଥିଲେ। ଏହି ପଦଯାତ୍ରାରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରମାନେ ଉପସ୍ଥିତ ଥିଲେ।