ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ

ଦାରିଙ୍ଗବାଡ଼ି,୨୧/୧୨ : ଦାରିଙ୍ଗବାଡ଼ି ପଞ୍ଚାୟତସମିତି ବୈଠକ ଆଜି ବ୍ଳକ ସଭାଗୃହରେ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ୧୦ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ,୧୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଦୀପିକା ମାଝୀ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ,ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର,ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଜାକେଶ ସାମନ୍ତରାୟ, ସିଡିପିଓ ଅଞ୍ଜଳି ମହାପାତ୍ର ସହିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ଲାଇନ ବିଭାଗିୟ ଆଧିକାରୀ ଉପସ୍ଥିତ ରହିଥିଲେ । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃପାସିନ୍ଧୁ ବେହେରା ସଂଯୋଜନା କରିଥିଲେ ।ବିଡିଓ ସମସ୍ତଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ । ଏହା ପରେ ସମିତି ଅଧ୍ୟକ୍ଷ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମ ଚଳାଇବା ପାଇଁ ବିଡିଓଙ୍କୁ ସୂଚନା ଦେଇଥିଲେ । ଆଜି ମୁଖ୍ୟ କରି ଅଞ୍ଚାୟତର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ଗ୍ରାମପଞ୍ଚାୟତ ଉନ୍ନୟନ ପ୍ରକଳ୍ପ ,ପଞ୍ଚାୟତ ସମିତି ଉନ୍ନୟନ ପ୍ରକଳ୍ପ ଓ ଜିଲ୍ଲା ପରିଷଦ ଉନ୍ନୟନ ପ୍ରକଳ୍ପ କିପରି ଏବଂ କାହାକୁ ନେଇ କରାଯିବ ସେହି ସମ୍ପର୍କରେ ବିଡିଓ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲୋଚନା କରିଥିଲେ । ଏହାପରେ ଜନସ୍ୱାସ୍ଥ୍ୟ ଅଧିକାରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଥିବା ବିଭିନ୍ନ ଯୋଜନା, ସ୍ୱାସ୍ଥ୍ୟ ସୁବିଧା ସମ୍ପର୍କରେ ଆଲୋଚନା କରି ସୂଚନା ଦେଇଥିଲେ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଥିବା ବିଭିନ୍ନ ପଞ୍ଚାୟତର ସମସ୍ୟା ସମ୍ପର୍କରେ ଜନପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର ମଧ୍ୟ ଶିକ୍ଷା ସମ୍ପର୍କରେ ଆଲୋଚନା କରି ବିଷଦ ଭାବରେ ସୂଚନା ଦେବା ସହ ଜନ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ।ଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.