ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ୨୨ହଜାର ଟଙ୍କା ଜୋରିମାନା

add-all

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଆଧାରରେ ମାମଲାର ଅଭିଯୁକ୍ତ ଗଣେଶ ବେହେରା ଦଳେଈଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୨ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦେଢ଼ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ବ୍ରାହ୍ମଣୀ ଗାଁରେ ଗତ ୨୦୨୦ ଜାନୁଆରୀ ୨୬ ତାରିଖ ସକାଳ ୮ :୩୦ ରେ ନାବାଳିକା ନିଜ ଘରକୁ ଯାଉ ଥିବା ସମୟରେ ଅଭିଯୁକ୍ତ ଗଣେଶ ଜୋର ଜବରଦସ୍ତ ଇଠାଇନେଇ ନାବାଳିକାକୁ ବୁଦା ଜଙ୍ଗଲରେ ଦୁଷ୍କର୍ମ କରିଥିଲା l ଏ ନେଇ ନାବାଳିକାର ପରିବାର ଲୋକେ ବ୍ରାହ୍ମଣୀ ଗାଁ ଥାନାରେ ଏତଲା ଦେଇଥିଲେ lପୋଲିସ ଏ ସଂକ୍ରାନ୍ତରେ ୯/୨୦ ମାମଲା ରୁଜ୍ଜୁ କରିବାସହ ଅଭିଯୁକ୍ତ ଗଣେଶକୁ ଗିରଫ କରି ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।
ସେହି ମାମଲାରର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ad-week
Leave A Reply

Your email address will not be published.