
ଦାରିଙ୍ଗବାଡ଼ି,୨୨/୧୨ : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଆଜି ୧୫ତମ ଜିଲ୍ଲା ସ୍ତରୀୟ ଅନ୍ତରଙ୍ଗ ଯୁବ ମହୋତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବାରଟି ବ୍ଳକର ଅନ୍ତରଙ୍ଗ କ୍ଳବର ଯୁବକ ଯୁବତୀ ଯୋଗଦେଇ ଥିଲେ। ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର , ମୁଖ୍ୟ ବକ୍ତା ଭାବେ ଜାତୀୟ ଯୁବ ପ୍ରକଳ୍ପ ସଂଯୋଜକ ଶ୍ରୀସୋମ, ସମ୍ମାନିତ ଅତିଥି ଭାବେ ଗ୍ରାମ ବିକାଶ ଅନୁଷ୍ଠାନର ସଂଯୋଜକ ଜୟସନ ଜୋସ ଥମାସ, ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଜିଲ୍ଲା ସଂପାଦିକା ବିଷ୍ଣୁପ୍ରିୟା ପ୍ରଧାନ, ମହିଳା ଜୀବିକା ସୁରକ୍ଷା ମଞ୍ଚ ସଂଯୋଜିକା ସସ୍ମିତା ମଲିକ, ଅନ୍ତରଙ୍ଗ ଉପଦେଷ୍ଟା ଅକ୍ଷୟ କୁମାର ନାୟକ ଯୋଗଦେଇ ଅନ୍ତରଙ୍ଗ କ୍ଳବର ସଦସ୍ୟଙ୍କୁ ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ତରଙ୍ଗ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲା ବେଳେ ସଂପାଦକ ହୃଷୀକେଶ ପ୍ରଧାନ ଅତିଥି ପରିଚୟ ,ବାର୍ଷିକ ବିବରଣୀ ପଠନ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ଗ୍ରାମ ବିକାଶ ଅନୁଷ୍ଠାନ ସଂଯୋଜକ ଜୟସନ ଜୋସ ଥମାସ, ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଜିଲ୍ଲା ସଂପାଦିକା ବିଷ୍ଣୁପ୍ରିୟା ପ୍ରଧାନ, ଅନ୍ତରଙ୍ଗ ଉପଦେଷ୍ଟା ଅକ୍ଷୟ କୁମାର ନାୟକ, ଜାତୀୟ ଯୁବ ପ୍ରକଳ୍ପ ସଂଯୋଜକ ଶ୍ରୀସୋମ ଅତିଥି ଭାବେ ଯୋଗଦେଇ ଅନ୍ତରଙ୍ଗ କ୍ଳବ ସଦସ୍ୟଙ୍କ ଆଗାମୀ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ, ବାଲ୍ୟବିବାହ ରୋକିବା ,ଦାଦନ ଶ୍ରମିକ, ଗାଁର ବିକାଶ କ୍ଷେତ୍ରରେ ଯୁବପିଡ଼ିର ଭୂମିକାନେଇ ଆଲୋଚନା କରିଥିଲେ । ଏହାପରେ ସାସ୍କୃତିକ କାର୍ଯ୍ୟକ୍ରମ କରି ସମାପ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ପ୍ରଶାସନ, ଆକ୍ସନ ଏଡ୍ ଭୁବନେଶ୍ୱର, ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି, ପ୍ରଦାତ୍ତା ,ବନବାସୀ ସେବା ସମିତି, ସ୍ବାତୀ ଓ ଗ୍ରାମ ବିକାଶ ଭୁବନେଶ୍ୱର ସହାୟତାରେ ଅନ୍ତରଙ୍ଗ ଯୁବ ମହୋତ୍ସବ କନ୍ଧମାଳ କମିଟି ଆୟୋଜନ କରିଥିଲା।