ଆସନ୍ତା ୨୭ ଓ ୨୮ ଦୁଇ ଦିନ ଧରି ମାଗଣା ଚେସ ତାଲିମ…

add-all

ଫୁଲବାଣୀ (୨୪/୧୨) : କନ୍ଧମାଳ ଜିଲାରେ ଚେସଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆଗାମୀ ଡିସେମ୍ବର ୨ ୭ ଓ ୨ ୮ ଦୁଇଦିନ ଧରି ଏକ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ lରାଜ୍ୟ ର ଜଣାଶୁଣା ଅଭିଜ୍ଞ କୋଚ ତାଲିମ ପ୍ରଦାନ କରିବେ l
ବିଶେଷ କରି ହାଇ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ପିଇ ଟି ମାନଂକୁ ତାଲିମ ପ୍ରଦାନ କରାଯିବ l ଫଳରେ ସେମାନେ ହାଇସ୍କୁଲ ପିଲାମାନଙ୍କୁ ତାଲିମ ଦେବେ ଓ ଚେସ ପ୍ରତି ଆଗ୍ରହ ସୃଷ୍ଟି କରିବେ l ପରେ ଚେସ ଏସୋ ସି ଏସନ ପକ୍ଷରୁ ହାଇସ୍କୁଲ ସ୍ତରୀୟ ଚେସ ପତିଯୋଗିତା ଅନୁଷ୍ଠିତ ହେବ l ମୁଖ୍ୟମନ୍ତ୍ରୀ ମଧ୍ୟ ସ୍କୁଲରେ ଚେସ ଖେଳ କୁ ପ୍ରାଧାନ୍ୟ ଦେଇ ଚେସ ଇନ ସ୍କୁଲ କାର୍ଯ୍ୟ କ୍ରମ ହାତକୁ ନେଇଛନ୍ତି lଏହିତାଲିମ କାର୍ଯ୍ୟକ୍ରମ ରେ ଅଧିକ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେବା ଲାଗି ଚେସ ଏସୋ ସି ଏସନ ସଭାପତି k. ଜ୍ଞାନ ରଞ୍ଜନ ଦୋରା, ସମ୍ପାଦକ ବିଜୟ ମହାନ୍ତି, ପରାମର୍ଶ ଦାତାବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, ସୁନୀଲ ପଟନାୟକ,ଫିଜିକାଲ ଟ୍ରେନିଂ ଇନ ଷ୍ଟ୍ରକ୍ଟର ରଙ୍କ ନିଧି ବେହେରା ପ୍ରମୁଖ ଅନୁରୋଧ କରିଛନ୍ତି l

ad-week
Leave A Reply

Your email address will not be published.