
ଦାରିଙ୍ଗବାଡ଼ି, ତା ୨୪/୧୨ : ଆଉ ଗୋଟିଏ ଦିନ ପରେ ବଡ଼ ଦିନ ପର୍ବ , ଏହି ସମୟରେ ସମଗ୍ର ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଚର୍ଚ୍ଚ ସାଜସଜ୍ଜା ସହ ନିଜ ଘରର ସମସ୍ତ ପ୍ରସ୍ତୁତି ପ୍ରାୟ ସରି ଆସିଲାଣି, ଦୂର ଦୁରାନ୍ତ୍ ରେ ଥିବା ଲୋକେ ନିଜ ନିଜ ଗାଁରେ ଆସି ପହଞ୍ଚିଲେଣି , ଗାଁ, ବଜାର ଘାଟରେ ଖ୍ରୀଷ୍ଟ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି ଅବସରରେ ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ପ୍ରି ଖ୍ରୀଷ୍ଟମାସ ଉତ୍ସବର ଆୟୋଜନ ଗତ କାଲି ଚର୍ଚ୍ଚ ପରିସରରେ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡିନେରୀ ମୁଖ୍ୟ ଯାଜକ କରୁଣାକର ଦିଗାଲ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବାଣିଜ୍ୟ ଆୟକର କମିଶନର ଅମିର ଚାନ୍ଦ ନୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଥାନା ସବ-ଇନିସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ଚର୍ଚ୍ଚର ମୁଖ୍ୟ ଯାଜକ ରବି ସଭା ସୁନ୍ଦର ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲ। ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମସ୍ତଙ୍କ ସହ ଅତିଥି ମାନେ କେକ୍ କାଟି ପ୍ରୀ ଖ୍ରୀଷ୍ଟମାସ ଉତ୍ସବ ପାଳନ କରଯାଇ ଥିଲା। ମୁଖ୍ୟ ବକ୍ତା ଓ ଅତିଥି ମାନେ ଖ୍ରୀଷ୍ଟମାସ ପାଳନର ସନ୍ଦେଶ ଦେଇଥିଲେ। ବ୍ରାହ୍ମଣୀଗାଁ କ୍ୟାଥଲିକ ମଣ୍ଡଳୀର କର୍ମ କର୍ତ୍ତା, ଗ୍ରାମ ବାସୀଙ୍କ ସହଯୋଗ କ୍ରମେ ସ୍ଥାନୀୟ ଯୁବ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଅମିତ୍ ପାଣି ଯୋଗ ଦେଇ ପ୍ରଭୁଙ୍କ ସ୍ତୁତି ପ୍ରଶଂସା କରୁ କରୁ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ର ମାହୋଲକୁ ଦ୍ଵିଗୁଣିତ କରିଥଲେ। ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା।