
ହିଞ୍ଜିଳିକାଟୁ ୨୪।୧୨ : ଆଗକୁ ନୁଆ ଵର୍ଷ ଆସୁଥିବାବେଳେ ଜୁଆଡ଼ି ମାନେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇଉଠିଥିବାର ଦେଖାଯାଇଛି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡ଼ା ନଜର ରଖୁଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଣିକ ନଗର ରେ ଚାଲିଥିବା ଜୂଆ ଆଡ୍ଡା ଉପରେ ଗତକାଲୀ ପୋଲିସ ଚଢ଼ାଉ କରି ଜୁଆଡ଼ିଙ୍କୁ ଗିରଫ କରିଛି।ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଗତକାଲି ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଣିକ ନଗର ରେ ଏକଭଡା ଘରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଟିମ ସହ ଚଢ଼ାଉ କରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛନ୍ତି ।ଜୁଆଡି ଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ର ଜଣେ ଶାସକ ଦଳର କାଉନସିଲର ଥିବାବେଳେ ଜଣେ ସ୍ବାଧିନ କାଉନସିଲର ଙ୍କ ସ୍ବାମୀ ରହିଥିବା ସୂଚନା। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଖୋଲା ତାସ,୧୬ହଜାର ୬ ଶହ ୯୦ ନଗଦ ଟଙ୍କା ଜବତ କରିବା ସହ ସେମାନଙ୍କ ବିରୋଧରେ ହିଞ୍ଜିଳି ଥାନାରେ କେସ ନମ୍ବର ୭୨୧/୨୨ ରେ ମାମଲା ୠଜୁ ହୋଇଛି। ସହର ତଥା ଆଖପାଖ ଅଞ୍ଚଳରେ ଏଭଳି କେଉଁଠି ଜୁଆ ଆଡ୍ଡା ଚାଲୁଛି, କିଏ ଏଥିରେ ସମ୍ପୃକ୍ତ, କେଉଁମାନେ ଏହାର ବ୍ୟବସ୍ଥା କରୁଛନ୍ତି ସେସବୁ ସମ୍ପର୍କରେ ପୋଲିସ ତଥ୍ୟ ସଂଗ୍ରହ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।