ହିଞ୍ଜିଳି ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଲା…

add-all

ହିଞ୍ଜିଳିକାଟୁ ୨୪।୧୨ ହିଞ୍ଜିଳିକାଟୁ ମିନିଷ୍ଟାବିୟମ ନିକଟରେ ଥିବା ହିଞ୍ଜିଳି ସେବାସମବାୟ ସମିତିରେ ଶନିବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ,ଗ୍ରୀଟ୍ ଅଧ୍ୟକ୍ଷ ପଵିତ୍ର ମୋହନ ପାଣିଗ୍ରାହୀ ,ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ ,ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମିତୀ ରେ ଚାଷୀମାନେ କିପରି ସୁବିଧାରେ ଓ ସରକାରୀ ଦରରେ ମଣ୍ଡିରେ ଧାନ ଦେଇ ପାରିବେ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରାଯାଇଥିଲା । ଏଫକ୍ୟୁ ମାନର ଧାନ ଦେଇ ମଣ୍ଡିରୁ ଉପଯୁକ୍ତ ଦରରେ ପ୍ରାପ୍ୟ ନେବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ । ଆଜିର ଏହି ଉଦଘାଟନ ଉତ୍ସବରେ ବିଜେଡି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା, ଵିଜେଡି ନେତା ପ୍ରଦିପ କୁମାର ପଣ୍ଡା, ପୂର୍ବତନ ଉପନଗରପାଳ ହୃଦ଼ୟାନନ୍ଦ ମହାପାତ୍ର, ଵିଜେଡି ନେତା ରମେଶଚନ୍ଦ୍ର ପଣ୍ଡା, କାଉନସିଲର ବସନ୍ତ ଵେହେରା,କିରଣ କୁମାର ପଟ୍ଟନାୟକ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.