ଖଳାରେ ଥିବା ଧାନଗଦାରେ ନିଆଁ ଲାଗି ଦୁଇ ପରିବାର ସର୍ବସ୍ବାନ୍ତ…

add-all

ଦାରିଙ୍ଗବାଡ଼ି, ୨୪/୧୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ, ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ କିନାରୀଗାଁରେ ଆଜି ଦିନ ଦ୍ବୀପହରରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାରି ଫଳରେ କିନାରୀଗାଁ ର ୨ ପରିବାର ସର୍ବସାନ୍ତ ହୋଇଥିବା ଜଣାପଡିଛି। ଆଜି ଦିନ ଦ୍ବୀପହରରେ ବାଞ୍ଛାନିଧି ବଡାଇକଙ୍କ ୨ଗଦା ଓ ବାଳକୃଷ୍ଣ ପାତ୍ରଙ୍କ ଏକ ଗଦା ଧାନ ପୋଡି ସମ୍ପୂର୍ଣ ନଷ୍ଟ ହୋଇଥିବା ଖବର ହସ୍ତଗତ ହୋଇଛି। ଖଳାରେ ଥିବା ଧାନ ଗଦାରେ କେମିତି ନିଆଁ ଲାଗିଲା କେହି କହି ପାରୁ ନାହାନ୍ତି। ଗ୍ରାମ ବାସୀ ମାନେ ଯେଝା କାମରେ ବ୍ୟସ୍ତ ରହିଥିଲେ। ଖଳାରେ ଧୁଧୁ ହୋଇ ନିଆ ଜଳିବା ଦେଖି ଆଖ ପାଖରେ କାମ କରୁଥିବା ଖ୍ରୀଷ୍ଟିୟାନ ସାହିର ଲୋକମାନେ ପ୍ରଥମେ ପହଁଚି ନିଆଁ ଲିଭାଇବାରେ ଲାଗିଥିଲେ। ଏହାପରେ ପରେ ସମସ୍ତେ ପହଁଚି ଧାନ ଗଦାରେ ଲାଗିଥିବା ନିଆଁ ଲିଭାଇବାରେ ସକ୍ଷମ ହାଇଥିଲେ। କ୍ଷତିଗ୍ରସ୍ତ ଉଭୟ ପରିବାରର ସଦସ୍ୟ ଏହି ଅଭାବନୀୟ ଘଟଣାରେ ବର୍ଷକର ଖାଦ୍ୟ ହରାଇଲୁ କହି ମୁଣ୍ଡରେ ହାତ ଧରି ରହିଥିବା ଜଣା ପଡ଼ିଛି। ପ୍ରକାଶ ଥାଉକି ଦାରିଙ୍ଗବାଡି ବ୍ଲକ ମହକୁମା ଓ ଗଜପତି ଜିଲା ମୋହନା ବ୍ଲକ ମହକୁମାରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ରହିଛି। ହେଲେ ବ୍ରାହ୍ମଣୀଗାଁ ଠାରୁ ଉଭୟ ବ୍ଲକ ମହକୁମାର ଦୂରତା ୪୦ କି.ମି। ଖବର ଲେଖିବା ଭିତରେ କ୍ଷୟକ୍ଷତି ପରିବାର ସଦସ୍ୟ ରାଜସ୍ୱ ନିରୀକ୍ଷାକଙ୍କୁ କ୍ଷୟକ୍ଷତି ସମ୍ପର୍କରେ ଲିଖିତ ଭାବେ ଜଣାଇ ନଥିବା ଜଣାପଡିଛି।

ad-week
Leave A Reply

Your email address will not be published.