ଅଟୋ ଓ ମଟର ସାଇକେଲ ଧକ୍କା, ଜଣେ ଗୁରୁତର…

add-all

ଦାରିଙ୍ଗବାଡ଼ି,୨୪/୧୨ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭରବାଡ଼ି ଗ୍ରାମ ନିକଟରେ ଅଟୋ ଓ ମଟର ସାଇକେଲ ଧକ୍କାରେ ମଟର ସାଇକେଲ ଚାଳକ ଗୁରୁତର ହୋଇଥିଲା ବେଳେ ଅଟୋରେ ବସିଥିବା ୬ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଉକ୍ତ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେରୁବାଡ଼ି ଗ୍ରାମର ଦୃବ ନୟକ(୩୮) କୋୖଣସି ଏକ ଘୋରଇ କାମରେ କୁମ୍ଭରବାଡ଼ି ଗ୍ରାମକୁ ମଟର ସାଇକେଲରେ ଯାଉଥିଲେ । କୁମ୍ଭରବାଡ଼ି ଗ୍ରାମର କିଛି ଲୋକ ଅଟୋରେ ଦାରିଙ୍ଗବାଡ଼ି ଯାଉଥିଲେ । ଉଭୟେ ଗ୍ରାମନିକଟ ଏକ ବୁଲାଣିରେ ଅସାବଧାନତା କାରଣରୁ ଅଟୋ ଓ ମଟର ସାଇକେଲ ଧକ୍କା ହୋଇ ଦୃବ ଗୁରୁତର ଆହତ ହୋଇଥିଲା ବେଳେ ଅନ୍ୟ ମାନେ ଆହତ ହୋଇଥିଲେ । ଗ୍ରାମର ଲୋକମାନେ ଅନ୍ୟ ଏକ ଅଟୋରେ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ପ୍ରାଥମିକ ଚିକିତ୍ସା ପରେ ଦୃବ ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ମାନେ ମେଡିକାଲରେ ଚିକିତ୍ସା ପରେ ଗାଁକୁ ଫେରି ଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.