ହିଞ୍ଜିଳି ପୋଲିସର ଚଢ଼ାଉ : ବନ୍ଧାହେଲା ପେସାଦାର ମଦବେପାରୀ

add-all

ହିଞ୍ଜିଳିକାଟୁ ୨୪।୧୨ : ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ଅନ୍ତର୍ଗତ କରାଖଣ୍ଡି ଗ୍ରାମରେ ରେ ଅବାଧ ମଦ ବିକ୍ରି ଚାଲୁଥିବାର ଅଭିଯୋଗ ବାରମ୍ବାର ହୋଇଆସୁଥିଲା। ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କରାଖଣ୍ଡି ଗ୍ରାମରେ ଚଢ଼ାଉ କରି ଜଣେ ପେସାଦାର ମଦବେପାରିଙ୍କୁ ବିଦେଶୀ ମଦ ସହ ଗିରଫ କରିଛନ୍ତି। ବେପାରି ଜଣକ ହେଲେ ଗ୍ରାମର ସନ୍ତୋଷ କୁମାର ପାଢି । ତାଙ୍କ ନିକଟରୁ ୨୦ ଲିଟର ବିଦେଶୀ ମଦ ଜବତ କରିଛି ପୋଲିସ।ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୭୨୨/୨୨ ରେ ମାମଲା ରୁଜୁ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କଠାରୁ ପ୍ରକାଶ ।

ad-week
Leave A Reply

Your email address will not be published.