ଗୁଣି ସନ୍ଦେହରେ ମହିଳାଙ୍କୁ ମାଡ ଅଭିଯୋଗ…

add-all

ମାଲକାନଗିରି, ୨୪।୧୨ : ମାଲକାନଗିରି ଜିଲ୍ଲା ବିଏଲପୁର ପଞ୍ଚାୟତର ମେଟ୍ଟାଗୁଡା ଗ୍ରାମରେ ଜଣେ ମହିଳାଙ୍କୁ ଗୁଣି ଗାରେଡି ସନ୍ଧେହରେ ମାଡ ମାରିବା ସହ ବିଷ୍ଟା ଖୁଆଇ ଗରମପାଣି ପକାଇ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମେଟ୍ଟାଗୁଡା ଗ୍ରାମର ସାମ ସୁକୁରୀଙ୍କ ପତ୍ନୀ ନନ୍ଦାଇ ସୁକୁରି ଗୁଣି ଗାରେଡି କରୁଥିବା ନେଇ ଗ୍ରାମର କିଛି ବ୍ୟକ୍ତି ସନ୍ଧେ କରି ତାଙ୍କ ଉପରେ ଆକ୍ରୋଶ ରଖିଥିଲେ । ତେବେ ଦୀର୍ଘଦିନ ଧରି ଏହି ଆକ୍ରୋଶ ରହିଥିବା ବେଳେ ଗ୍ରାମର ରାମ ଚନ୍ଦ୍ର ଚାଲାଣ, ସମାରି ଚାଲାଣ, ସୋନୁ ଚାଲାଣ, ସମାରୀ ଚାଲାଣ, ସମା ହନ୍ତାଲ ପ୍ରାୟ ୧୦ ଲୋକ ମିଶି ଗରମ ପାଣିରେ ହାତ ବୁଡାଇବା ସହିତ ମାଡ ମାରି ବିଷ୍ଟା ଖୁଆଇଥିଲେ । ତେବେ ଏହାପରେ ସୁକୁରୀ ଗୁରୁତ୍ତର ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିବା ବେଳେ ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ସହ ୭୬୩/୨୨ରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି ।

ad-week
Leave A Reply

Your email address will not be published.