ମୋଟର ସାଇକେଲରୁ ଖସିପଡ଼ି ମା’ଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ଛୋଟ ଝିଅ

add-all


କନ୍ଧମାଳ : କନ୍ଧମାଳ ଜିଲ୍ଲାର ଫୁଲବାଣୀରୁ ଗୋଛାପଡା କୌଣସି କାମରେ ଫୁଲବାଣୀ ସାହି ଅଞ୍ଚଳର ଦିଲ୍ଲୀପ କୁମାର ମହାନ୍ତି ,ତାଙ୍କ ସ୍ତ୍ରୀ କିରଣବାଳା ପଟ୍ଟନାୟକ ଏବଂ ଝିଅ ଯାଉଥିବା ବେଳେ ଲୋହରାସାହି ନିକଟରେ ଦିଲ୍ଲୀପଙ୍କ ସ୍ତ୍ରୀ ଆପାଚି ମୋଟର ସାଇକେଲରୁ ଖସି ପଡିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଏକ ଅଟୋ ରିକ୍ସା ଯୋଗେ ଆଣି ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ସୌଭାଗ୍ୟ କ୍ରମେ ସେ ଧରିଥିବା ଦେଢ ବର୍ଷର ଝିଅକୁ କୌଣସି ଆଘାତ ଲାଗିନାହିଁ। ଦିଲ୍ଲୀପଙ୍କ ଭାଇ ଶ୍ରୀକାନ୍ତଙ୍କ ଏତାଲା ଆଧାରରେ ଗୋଚ୍ଛାପଡା ଥାନାରେ ଏ ନେଇ ୧୭୨/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମୂନୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,ଯେ, ମାତ୍ର ୨ ବର୍ଷ ତଳେ କିରଣବାଳା ଓ ଦିଲ୍ଲୀପଙ୍କ ବିବାହ ହୋଇଥିଲା। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତ କାରୀ ଅଧିକାରୀ ସୁଶୀଲ କୁମାର ବେହେରା କହିଛନ୍ତି।

ad-week
Leave A Reply

Your email address will not be published.