
ଫୁଲବାଣୀ :-ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ୧୩ ବର୍ଷିୟା ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ,ଡାକ୍ତରୀ ରିପୋର୍ଟ୍ କୁ ଭିତ୍ତି କରି ମନୁ ପାଟଗୁରୁ,୨୯ବର୍ଷ ମୁଣ୍ଡାସାହି, କୋଟଗଡ଼କୁ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ତିନି ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ପୋକ୍ସ୍ କୋର୍ଟର ସ୍ଵତନ୍ତ୍ର ପି.ପି . ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ।
ସୁଚନା ଅନୁସାରେ ପିଡିତା ଅଷ୍ଟମ ଶ୍ରେଣୀରେ ପଢୁଥିଲେ।୨୧.୯.୨୦୧୮ ତାରିଖ ରେ ରାତ୍ର ପ୍ରାୟ ୧୦ ଘଣ୍ଟା ସମୟରେ ପରିସ୍ରା କରିବାକୁ ଯାଇ ଫେରି ନ ଥିଲା। ଅଭିଯୁକ୍ତ ପିଢିତାର ମୁହଁ ବନ୍ଦ କରି ଅପହରଣ କରି ଭେଟେନାରୀ ପଛ ପଟେ ନାଳ ପାଖରେ ଥିବା ଲଟାବୁଦା ଉପରେ ଦୁଷ୍କର୍ମ କରିଥିଲା।ପିଡିତା ର ପିତା ଙ୍କ ଲିଖିତ ରିପୋର୍ଟରେ କୋଟଗଡ଼ ଥାନାଧିକାରୀ ପି.ଏସ୍. କେସ୍ ନ ୪୪/୨୪.୦୯.୨୦୧୮ ରେ
ଏକ ମାମଲା ରୁଜୁ କରି ଥାନାଧିକାରୀ ଅଭିଯୁକ୍ତକୁ ଗିରଫ କରି ଅଦାଳତରେ ହାଜର କରାଇ ଥିଲେ l
ଆଜି ଉପରୋକ୍ତ ମାମଲାର ବିଚାରଣା କରି ରାୟ ଶୁଣାଇଛନ୍ତି।