ମହୋତ୍ସବ ନାଁ’ ରେ ଦଳୀୟ ପ୍ରଚାର କରୁଛି ବିଜେଡି…!

add-all

ବ୍ରହ୍ମପୁର : ଗୋପାଲପୁର ବେଳାଭୂମି ମହୋତ୍ସବ ଆଳରେ ବିଜେଡି ଦଳୀୟ ପ୍ରଚାର କାର୍ଯ୍ୟକ୍ରମ କରୁଛି। କୋଟି କୋଟି ରାଜସ୍ବ ବ୍ୟୟ କରି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଭିଭିଆଇପି ପାସ କରି ନିଦ୍ଧିଷ୍ଟ ଗୋଷ୍ଠୀଙ୍କୁ ଆପ୍ୟାୟିତ କରିବା ମୋହତ୍ସବର ପ୍ରକୃତ ଉଦ୍ଦେଶ୍ୟ ସାଧନ ହେବନି। ମୋହତ୍ସବ ଆଳରେ ନିଜ ଦଳୀୟ ସ୍ଵାର୍ଥ ରାଜନୀତି କରୁଛି ବିଜେଡି। ଜିଲ୍ଲାର 13 ବିଧାୟକ ମଧ୍ୟରୁ 2 ଜଣଙ୍କୁ ବାଦ୍ ଦେଇ 11 ଜଣଙ୍କୁ ନିମନ୍ତ୍ରଣ କରିବା ପଛରେ ହୀନ ରାଜନୀତି ସ୍ପଷ୍ଟ ହୋଇଛି। ସାନଖେମୁଣ୍ଡି ଓ ଗୋପାଲପୁର ବିଧାୟକଙ୍କୁ କାହିଁକି ନିମନ୍ତ୍ରଣ କରାଗଲାନି ତାହା ଅୟୋଜକ ମାନେ କୈଫିୟତ ଦେବା ଦରକାର। ଗୋପାଳପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକଙ୍କୁ କାହିଁକି ଡକାଗଲା ନାହିଁ ତାହା ଜିଲ୍ଲାବାସୀ ଜାଣିବାର ଅଧିକାର ଅଛି l ବିଜେଡିକୁ ଛାଡିଦେଲେ ଅନ୍ୟ କୌଣସି ରାଜନୈତିକ ଦଳର ଜିଲ୍ଲା ବା ରାଜ୍ୟ ନେତାଙ୍କୁ ନିମନ୍ତ୍ରଣ କରାଯାଇନି। ଜିଲ୍ଲା ର କୌଣସି ଶିକ୍ଷାବିତ୍ତ,ଓକିଲ, ଡାକ୍ତର, ବୁଦ୍ଧିଜୀବିଙ୍କୁ ଅତିଥି କରାଯିବ ତ ଭିନ୍ନ କଥା ନିମନ୍ତ୍ରଣ ମଧ୍ୟ କରାଯାଇନାହିଁ l ଏହା ବିଜେଡି ମୋହଉତ୍ସ ଛଡ଼ା ଅନ୍ୟ କିଛି ନୁହଁ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ହୃଦବୋଧ କରୁଛି। ପ୍ରଶାସନ ଏଭଳି ହୀନ ସ୍ଵାର୍ଥ କୈନ୍ଦ୍ରିକ ରାଜନୀତିରୁ ଉର୍ଦ୍ଧକୁ ଆସି ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ଉପରେ ଫୋକସ୍ କରିବାକୁ ଦୃଷ୍ଟି ଆକର୍ଷଣ କରୁଛି। ବଲିଉଡ କଳାକାର ପରିବର୍ତ୍ତେ ଆମ ଜିଲ୍ଲା ଓ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ଵ ଦେବାକୁ ଓ ଜିଲ୍ଲାର କଳାକାର ମାନଂକୁ ଅଗ୍ରହାଧିକାର ଦେବାକୁ ପିସିସି ସଦସ୍ୟ ତଥା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ଦାବି କରିଛନ୍ତି।

ad-week
Leave A Reply

Your email address will not be published.