
ଦାରିଙ୍ଗବାଡ଼ି,୨୬/୧୨ : ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ଗ୍ରାମ ପଞ୍ଚାୟତର ସାଲେଜୁ ଗ୍ରାମରୁ ୧୨ବର୍ଷର ରାମେ ପ୍ରଧାନକୁ ଉଦ୍ଧାର କରି ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରି, ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତିର ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରିଥିବା ଚାଇଲ୍ଡଲାଇନ୍ ଟିମ୍ ମେମ୍ବର ଶିବଶଙ୍କର ବେହେରା ସୂଚନା ଦେଇଛନ୍ତି। ସୂଚନା ମୁତାବକ ରାମେ ପିତାମାତାଙ୍କୁ ହରେଇ ଅବହେଳିତ ଭାବେ ରହିଥିବା ଖବର ପାଇ ଚାଇଲ୍ଡଲାଇନ୍ ତରଫରୁ ଟିମ୍ ମେମ୍ବର ଶିବଶଙ୍କର ବେହେରା ଓ ସୁରେନ୍ଦ୍ର ପଡ୍ରା ଦାରିଙ୍ଗବାଡ଼ି ବ୍ଳକରେ ପହଞ୍ଚି ଶିଶୁକୁ ଖୋଜି ପାଇଥିଲେ। ସୂଚନାଯେ ରାମେ ମା ଗର୍ଭରେ ଥିବା ବେଳେ ବାପା ପାଡ୍ରା ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ପ୍ରକାଶ ଥାଉକି ଶିଶୁର ମୃତ ପିତା ପାଡ୍ରା ପ୍ରଧାନ ଓ ମୃତ ମାତା ଲୁମ୍ବାରି ପ୍ରଧାନ ଅଟନ୍ତି । ହେଲେ ପାଡ୍ରା ପ୍ରଧାନ ପ୍ରଥମ ସ୍ତ୍ରୀ ମୃତ୍ୟୁ ପରେ ଦୂତୀୟ ବିଭାହ କରିଥିଲେ। ବିଡ଼ମ୍ବନାର ବିଷୟ ରାମେ ମା ଲୁମ୍ବେରି ଗର୍ଭରେ ଥିବା ସମୟରେ ପାଡ୍ରାର ମୃତ୍ୟୁ ହୋଇଥିଲା । ଏହାପରେ ଲୁମ୍ବାରି ବହୁ କଷ୍ଟରେ ଜୀବନ ଯାପନ କରି ରାମେକୁ ଜନ୍ମ ଦେଇଥିଲେ । ବହୁକଷ୍ଟରେ ରାମେକୁ ସାତବର୍ଷ ପାଳି ପୋଷି ଆଣିଥିଲେ । ଏହା ପରେ ଲୁମ୍ବାରିର ମାନସିକ ବିକାର ଗ୍ରସ୍ତ ହୋଇ ଛୋଟ ରାମେକୁ ଏଣେତେଣେ ଧରି ବୁଲୁଥିଲେ । କେବେ ରାସ୍ତାରେ ତ କେବେ ଗଛ ତଳେ ସୁଉ ଥିଲେ । ରାମେକୁ ପାଖାପାଖି ୮ବର୍ଷ ହେଉଥିବା ସମୟରେ ଲୁମ୍ବାରିର ମୃତ୍ୟୁ ହୋଇ ଥିଲା। ରାମେ ବାପା ମା କୁ ହରାଇ ସମସ୍ୟା ମଧ୍ୟରେ ରହିଥିଲେ । ଏହାରି ମଧ୍ୟରେ ରାମେର ଆଗ ମାର ଝିଅ ତାର ନାନୀ ମମତା ପ୍ରଧାନ ନେଇ ରଖିଥିଲେ । ଦାରିଦ୍ର୍ୟତା କାରଣରୁ ଠିକ ଭାବେ ଆବଶ୍ୟକ ପୂରଣ ହେଉନଥିବାରୁ ପିଲା ଏଠି ସେଠି ବୁଲି ରହୁଥିଲା । ଏହି ଖବର ପାଇ ରାମେକୁ ଉଦ୍ଧାର କରି ଆଜି ଥଇଥାନ କାରାଯାଇଛି। ଯାହାରି ଫଳରେ ଶିଶୁଟିର ମନରେ ଆନନ୍ଦ ଭରିଯାଇ ଥିବା ପ୍ରକାଶ ପାଇଛି।