ବ୍ଲକସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ୨୦୨୨ପାଇଁ ପ୍ରସ୍ତୁତି ବୈଠକ…

add-all

କୋରୁକୋଣ୍ଡା,୨୬।୧୨: ମାଲକାନଗିରି ଜିଲ୍ଲାରେ ଦୀର୍ଘ ଦୁଇବର୍ଷ ପରେ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି କୋରୁକୋଣ୍ଡା ବ୍ଲକ ବୈଠକ ଗୃହଠାରେ ବ୍ଲକ ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି । କୋରୁକୋଣ୍ଡା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି, କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ, ଆଇସିଡିଏସ ଅଧକ୍ଷ୍ୟା ନୀଳିମା ମଣ୍ଡଲ, ବାଲିମେଳା ଜବାହାର ନବୋଦୟ ପ୍ରଧାନ ଶିକ୍ଷକଙ୍କ ସମେତ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧୀନରେ ଥିବା ବାରଗୋଟି ଗ୍ରାମ ପଞ୍ଚାୟତ ସମସ୍ତ ସମିତି ମେମ୍ବର, ସରପଞ୍ଚ, ଗ୍ରାମ ପଞ୍ଚାୟତ ଅଧିକାରୀ, ପଞ୍ଚାୟତ ସମିତିର ସମସ୍ତ କର୍ମଚାରି, କୋରୁକୋଣ୍ଡା ଆଇସିଡିଏସ କର୍ମ ଚାରିଙ୍କ ସମେତ ବହୁ ଜନସାଧାରଣ ଏବଂ ସ୍ଵେଛାସେବି ମାନେ ଉପସ୍ଥିତ ରହିଥିଲେ । ଆସନ୍ତା ଜାନୁୟାରୀ ମାସ ୧୧ତାରିଖ ଦିନ କୋରୁକୋଣ୍ଡା ବ୍ଲକ ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ୨୦୨୨ ଅନୁଷ୍ଠିତ କରିବାକୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ସେହିଦିନ ସକଳ ସାତ ଘଣ୍ଟିକା ସମୟରେ ଟେକଗୁଡା ନିକଟସ୍ଥ ଜଳେଶ୍ଵର ମନ୍ଦିର ପାଖରେ ଥିବା ନଦୀରୁ ଜଳ କଳସ ଅଣାଯାଇ ମାଉଳି ମାଙ୍କ ମନ୍ଦିର ନିକଟକୁ ନିଆଯିବ । ସେଠାରେ ପୂଜାର୍ଚନା କରାଯିବା ପରେ ସେଠାରୁ କଳସ ଗୁଡିକୁ ଶୋଭାଯାତ୍ରାରେ ମାଲ୍ୟାବନ୍ତ ମହୋତ୍ସବ ପିଣ୍ଡିକୁ ନିଆଯିବା ସହ କାର୍ଯ୍ୟ କ୍ରମ ଆରମ୍ଭ କରାଯିବ । ଉକ୍ତ ମହୋତ୍ସବରେ ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟ ଗୁଡିକରୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହିତ ଅଞ୍ଚଳର ଜନ ସାଧାରଣ ମାନେ ମଧ୍ୟ ବିଭିନ୍ନ ପ୍ରତି ଯୋଗିତାରେ ଭାଗ ନେଇ ପାରିବେ ବୋଲି ଗୋଷ୍ଠୀ ଉନୟାନ୍ନ ଅଧିକାରୀ ପ୍ରକାଶ କରିଥିଲେ । ସ୍ଥାନୀୟ ଅଞ୍ଚଳର ଲୋକ ନୃତ୍ୟ ଏବଂ ଲୋକ ବାଦ୍ୟକୁ ମଧ୍ୟ ସାମିଲ କରାଯିବାକୁ ନିସ୍ପତି ନିଆ ଯାଇଛି । ମାଲ୍ୟାବନ୍ତ ମହୋତ୍ସବ ବିଷୟରେ ଅଧିକାରୀ ମାନେ ଆଲୋକପାତ କରାଇବା ସହ ଲୋକ କଳାକୁ କିପରି ଲୋକ ଲୋଚନକୁ ଅଣାଯାଇପାରିବ ସେନେଇ ଏହି ମହୋତ୍ସବକୁ ଗୁରୁତ୍ଵ ଦେବା ସହିତ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ad-week
Leave A Reply

Your email address will not be published.