
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପି ଏ ଆଇ ଟି ଡି ଏ ସଭାଗୃହ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଯୁବ ନେତୃତ୍ୱ ଓ ଗୋଷ୍ଠୀ ଭିତ୍ତିକ ତାମିଲ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯକ୍ରମକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ସମୀର କୁମାର ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଡକ୍ଟର ଅନନ୍ତ ଚରଣ ମିଶ୍ର, ରବୀନ୍ଦ୍ର ନାଥ ମିଶ୍ର, ମୋନଜ କୁମାର ପଟ୍ଟନାୟକ,ବସନ୍ତ କୁମାର ପ୍ରଧାନ, ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନବନୀତ୍ କୁମାର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ୍ଯକ୍ରମକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ୪୦ ଜଣ ଶିବିରାର୍ଥି ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଯୁବ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l ଏହି ତାଲିମ୍ କାର୍ଯକ୍ରମରେ ଯୁବକ ମାନେ କିପରି ରୋଜଗାର କ୍ଷମ ହୋଇପାରିବେ ତାହାରି ଉପରେ ଆଧାରିତ ବିଭିନ୍ନ ବିଷୟ ବସ୍ତୁ ଉପରେ ତାଲିମ୍ କାର୍ଯ୍ୟ କରାଯାଇଥିଲା l ଉଜ୍ଜପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀମତି ସ୍ମିତା ରାଣୀ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡକ୍ଟର ନୀଳ ମାଧବ ପାଢ଼ୀ ନବୀନ କିଶୋର ପଣ୍ଡା ଏବଂ ରାଜଲକ୍ଷ୍ମୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ| ବୈଠକ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ସିବୀରାର୍ଥି ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ରିତୀମା ବାଘ ଧନ୍ୟବାଦ୍ ଅର୍ପଣ କରିଥିଲେ l