ଜୟଶ୍ରୀ ମହିଳା ମଣ୍ଡଳ ପୁରସ୍କୃତ…

add-all

ଦାରିଙ୍ଗବାଡ଼ି,୨୮/୧୨ : ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା-୨୦୨୨ ମିଶନ ଶକ୍ତି ଉଦ୍ୟୋଗ ସମାବେଶରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ଜୟଶ୍ରୀ ମହିଳା ମଣ୍ଡଳ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୋୖରବ ଆଣିଲେ । ମେକ ଇନ ଓଡ଼ିଶା -୨୦୨୨ ମିଶନ ଶକ୍ତି ଉଦ୍ୟୋଗ ସମାବେଶ ଭୁବନେଶ୍ୱରର ଜନତା ମୈଦାନ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କୃତ କରିଥିଲେ।ଏହି ଅବସରରେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସବିବ ଭି କାର୍ତ୍ତିକେୟନ ପାଣ୍ଡିଆନ, ଓଡ଼ିଶା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଉପସ୍ଥିତ ଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇ ନିଜ ନିଜ ଅଞ୍ଚଳରେ ପ୍ରସ୍ତୁତ କରୁଥିବା ବିଭିନ୍ନ ଜିନିଷ ଉଦ୍ୟୋଗ ସମାବେଶରେ ପ୍ରଦର୍ଶନ କରିଥିଲେ । ଦାରିଙ୍ଗବାଡ଼ି ବ୍ଳକର ଜୟଶ୍ରୀ ମହିଳା ମଣ୍ଡଳର ୪୦ଜଣ ସଦସ୍ୟା କନ୍ଧମାଳ ହଳଦୀ ଗୁଣ୍ଡ, ଅଦା ଗୁଣ୍ଡ, ଅଦା ଚିପସ୍, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଖାଲି ପତ୍ର ସହିତ ଛତୁଆ ପ୍ରସ୍ତୁତି କରି ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ମହିଳା ସଶକ୍ତିକରଣ ହୋଇ ଅନ୍ୟ ମାନଙ୍କ ପାଇଁ ଗ୍ରହଣୀୟ ହୋଇ ପାରିଛନ୍ତି । ଜୟଶ୍ରୀ ମହିଳା ମଣ୍ଡଳ ପଲିଶ୍ରୀ ମେଳାରେ ବିଭିନ୍ନ ସ୍ଥାନକୁ ଯାଇ ଖ୍ୟାତି ଅର୍ଜନ କରିଛି ।

ad-week
Leave A Reply

Your email address will not be published.