ଚିକିତ୍ସା ନପାଇ ଜୀବନ ମରଣ ସହ ଲଢ଼ୁଛନ୍ତି ଯଶୋଦା, କାମରେ ଆସିଲା ନାହିଁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ…

add-all

ଦାରିଙ୍ଗବାଡି,୨୮/୧୨ : ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ଯୁଡ଼ାବାଡି ଗ୍ରାମର ଅମିତ ପ୍ରଧାନଙ୍କ ସ୍ତ୍ରୀ ଯୋଷଦା ପ୍ରଧାନ ଚଳିତ ବର୍ଷ ଗତ ଅଗଷ୍ଟ ମାସରେ ଏକ ବାଇକରେ ଯିବା ସମୟର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ହେବା ପରେ ଯୋଷଦାକୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲ। ହେଲେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁଁ ଡାକ୍ତର ତାଙ୍କୁ ଭୁବେଶ୍ବରରେ ସ୍ଥିତ ଏମସ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ଯୋସଦାଙ୍କୁ ଏମସ ହସ୍ପିଟାଲକୁ ନେଇ ସେଠାରେ ଏକ ମାସରୁ ଉର୍ଦ୍ଧ ଦିନ ଚିକିତ୍ସା କରାଯାଇଥିଲା । ପାଖରେ ଯାହା ଟଙ୍କା ଥିଲା ଚିକିତ୍ସା ଖର୍ଚ୍ଚରେ ସବୁ ସରିଗଲା। ବିଜୁ ସ୍ବାସ୍ଥ୍ୟ ବିମା ଯୋଜନାରେ ମିଳିଥିବା କାର୍ଡ କାମରେ ଆସିଲା ନାହିଁ। ଯୋସଦାଙ୍କ ପାରିବାରିକ ସ୍ଥିତି ଭଲ ନଥିବା ବେଳେ ଅତ୍ୟନ୍ତ ଗରିବ। ଗାଁ ରେ କାମ ନମିଳିବା ଯୋଗୁଁ ସ୍ବାମୀ ସ୍ତ୍ରୀ ମିଶି ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଉଥିଲେ। ଅଗଷ୍ଟ ମାସରେ ନିଜ ଘରକୁ ବୁଲିବାକୁ ଆସିଥିଲେ।ହେଲେ ଯୋସଦା ବାଇକ୍ ଯୋଗେ ତାଙ୍କ ମାଆ ଘରକୁ ଯିବା ବେଳେ ସଡ଼କ ଦୁର୍ଘଟଣା ଘଟିଥିଲା। ଏହାରି ଫଳରେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଏମସ ହସ୍ପିଟାଲରେ ଏକ ମାସରୁ ଉର୍ଦ୍ଧ୍ବ ଚିକିତ୍ସା ହୋଇଥିବା ବେଳେ ଘରେ ଦୁଇ ମାସରୁ ଉର୍ଦ୍ଧ ଦିନ ହେବ କୋମା ଅବସ୍ଥାରେ ପଡ଼ି ରହିଛନ୍ତି। ପାଖରେ ଟଙ୍କା ନାହିଁ । ଯାହା ଥିଲା ଚିକିତ୍ସାରେ ଖର୍ଚ୍ଚ ହୋଇଗଲା । ଅନ୍ୟ ପଟେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ମିଳିଥିବା କାର୍ଡ ମଧ୍ୟ ଚାଲୁ ନାହିଁ । କାର୍ଡକୁ ମେଡିକାଲରେ ଗ୍ରହଣ କରୁନଥିବା ସ୍ବାମୀ ଅମିତ ପ୍ରଧାନ ଅଭିଯୋଗ କରିଛନ୍ତି। ଏଭଳି ସ୍ଥଳେ ଯୋସଦା ପ୍ରଧାନ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଅଧିକ ଚିକିତ୍ସା ପାଇଁ ପାଖରେ ଅର୍ଥ ନାହିଁ । ଯଥା ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.