ମାଟିଭାଷା ସମାଜସେବା ସମ୍ମାନ ପାଇଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର…

add-all

ଫୁଲବାଣୀ :- କନ୍ଧମାଳର ଅତି ପରିଚିତ ସମାଜ ସେବୀ, ସାହିତ୍ୟିକ, ଶିକ୍ଷାବିତ ଓ ଗବେଷକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମାଟିଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ କରାଯାଇଛି l ଭୁବନେଶ୍ୱରରେ ଜୟଦେବ ଭବନ ପରିସରରେ ଆୟୋଜିତ ତାର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ତଥା ରାଜ୍ୟସ୍ତରୀୟ ସଂସ୍କୃତି ସମାବେଶ, ପ୍ରତିଭା ପୂଜା ତଥା କବିତା ପାଠ ଅବସରରେ ଅନ୍ୟ ବରଣ୍ୟ ସାଧକଙ୍କ ସହ ଡ଼ଃ ମହାପାତ୍ରଙ୍କୁ ସମାଜସେବା ପାଇଁ ମାନପତ୍ର ଓ ଉପଢୌକାନ ପ୍ରଦାନ କରାଯାଇଛି l
ଶ୍ରୀ ସରୋଜ କୁମାର ପଶାୟତଙ୍କ ଅଧ୍ୟକ୍ଷତରେ ଆୟୋଜିତ ଏହି ସାରସ୍ୱତ ସମାବେଶ ଓ ସମର୍ଦ୍ଧନ ପର୍ବରେ ପୂର୍ବତନ ସାଂସଦ ତଥା ବରିଷ୍ଠ ସାହିତ୍ୟିକ ଶ୍ରୀ ପ୍ରସନ୍ନ କୁମାର ପାଟଶାହାଣି ଉଦଘାଟକ ଭାବେ ଯୋଗଦେଇଥିଲା ବେଳେ ମୁଖ୍ୟଅତିଥି ଭାବେ ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ସଂକୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲା ବେଳେ ମାନ୍ୟବର ରାଜ୍ୟପାଳ ଙ୍କ ସୂଚନା ଅଧିକାରୀ ଶ୍ରୀ ରକ୍ଷକ ନାୟକ,ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ , ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ସାହିତ୍ୟିକ ସନ୍ତୋଷ କୁମାର ଦାସ ମନୋରଞ୍ଜନ ଦାସ, ଶଙ୍କର୍ଷଣ ପରିଡା, ବିଭୁତିଭୂଷଣ କର, ବିମଳ ଭଞ୍ଜଦେବ, ଦୁର୍ଗା ସାମନ୍ତରାୟ, ବିକାଶ ଦାସ ଶ୍ରଦ୍ଧାଞ୍ଜଳି ରାୟ, ମୀନକେତନ ଦାସ, ପ୍ରବୀର କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ |ମାଟିଭାଷାର ପ୍ରତିଷ୍ଠାତା ସଦସ୍ୟା ମିନତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |
ଡ଼ଃ ମହାପାତ୍ର ପୁଲବାଣୀ ଆଇ ଟି ଆଇ ର ସହକାରୀ ତାଲିମ ଅଧିକାରୀ | ଜଣେ ସୁସାହିତ୍ୟିକ ଭାବେ ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିଥିଲା ବେଳେ ତାଙ୍କର କୋଡିଏରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇ ସାରିଛି | ତାଙ୍କୁ କନ୍ଧମାଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସ୍ୱାଗତ ଜଣାଇଛନ୍ତି | ବର୍ତ୍ତମାନ ଗବେଷଣା କାର୍ଯ୍ୟରେ ଦିଲ୍ଲୀରେ ଥିବା ବେଳେ ତାଙ୍କ ସାନ ଭାଇ ଶ୍ରୀ ପ୍ରମୋଦ କୁମାର ମହାପାତ୍ର ଏହି ପୁରସ୍କାରଟି ଗ୍ରହଣ କରିଛନ୍ତି |

ad-week
Leave A Reply

Your email address will not be published.