ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପାଳିତ…

add-all

ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପର୍ବ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ଅବକାଶ ନୀତି, ବାଲ ସୂର୍ଯ୍ୟ ପୂଜା, ତ୍ରିକାଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ ତତ୍ତ୍ଵାବଧାନରେ ଚିନ୍ମୟ ଦାଶ, ଶିବ ପ୍ରସାଦ ଦାଶ, ଶ୍ରୀକାନ୍ତ ମିଶ୍ର, ପ୍ରଶାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ। ମହନ୍ତ ରବିନାରାୟଣ ଦାସ ହୋମ କର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ତ୍ରିକାଳ ସନ୍ଧ୍ୟାରେ ଚନ୍ଦ୍ର ପୂଜା, ଆଳତି, ରାଜ ଭୋଗ, ବଡ ସିଙ୍ଘାର ନୀତି ଆଦି ପୂଜକ ଉମାକାନ୍ତ ଦାଶଙ୍କ ଦ୍ଵାରା ଯଥାବିଧି ପ୍ରକାରେ ସମ୍ପନ୍ନ ହୋଇଥିଲା । ଉକ୍ତ ପର୍ବ ପାଳନ ଅବସରରେ ଚର୍ମ ରୋଗରୁ ମୁକ୍ତି ପାଇବା ପାଇଁ ମାନସିକଧାରୀଙ୍କ ସମାବେଶ ଦେଖିବାକୁ ମିଳିଥିଲା

ad-week
Leave A Reply

Your email address will not be published.