ଏନ୍.ଟି. ରାମାରାଓ ସ୍ମାରକୀ ପୁରସ୍କାରରେ ସମ୍ବର୍ଦ୍ଧିତା ଓଡ଼ିଆ କଳାକାର ଜାନକୀ ପଣ୍ଡା…

add-all

ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶ ଓଡ଼ିଆ କଳାକାର ମହାସଂଘ ଯୁଗ୍ମ ସମ୍ପାଦିକା ତଥା ପ୍ରତିଭା ଓ ପ୍ରଜ୍ଞାଦୀପ୍ତ ଲୋକକଳା କଳାକାର ଜାନକୀ ପଣ୍ଡା ବିଶାଖାପାଟଣା ସ୍ଥିତ ପୌର ଗ୍ରନ୍ଥାଳୟ ଠାରେ ପ୍ରଖ୍ୟାତ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଏନ୍.ଟି. ରାମାରାଓ ଜନ୍ମ ଶତବାର୍ଷକୀ ପାଳନ ଅବସରରେ “ଦାସରୀ ନାରାୟଣ ରାଓ କଲ୍ ଚୁରାଲ୍ ଏକାଡେମୀ” ପକ୍ଷରୁ ଏନ୍.ଟି. ରାମାରାଓ ସ୍ମାରକୀ ପୁରସ୍କାରରେ ସମ୍ବର୍ଦ୍ଧିତା ହୋଇଛନ୍ତି । ତାଙ୍କୁ ଗତ ବର୍ଷ ଡିସେମ୍ବର ୩୦ ତାରିଖ ଦିନ ଆୟୋଜିତ ଏହି ଉତ୍ସବରେ ଏକାଡେମୀ ସଭାପତି ଭାସ୍କର ରାଓ, ସମ୍ପାଦକ ଏମ୍. ମଲ୍ଲିକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିବାକର, ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ଜିଲ୍ଲା ସଭାପତି ତଥା ସୁନାମଧନ୍ୟ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଡାକ୍ତର କୁମାର ନାୟକ ପ୍ରମୁଖ ଏହି ପୁରସ୍କାର ପ୍ରଦାନ କରିଥିଲେ । ଶ୍ରୀମତୀ ପଣ୍ଡା କୈଶୋର ଅବସ୍ଥାରୁ ଓଡ଼ିଆ ଲୋକ ନାଟକ ଭାରତଲୀଳାରେ ପ୍ରବେଶ କରି ସଂପ୍ରତି ଆପଣା ନିଷ୍ଠାପର ସାଧନା ଓ ପ୍ରଜ୍ଞାଦୀପ୍ତ ପ୍ରତିଭା ଯୋଗେ ଦୁଆରୀ ଭୂମିକା ଓ ନିର୍ଦ୍ଦେଶନା ଅତ୍ୟନ୍ତ ସୁଚାରୁ ଓ ସଫଳତା ସହ ନିର୍ବାହ କରୁଥିବା ପରିଦୃଷ୍ଟ । ତାଙ୍କର ଏହି ସଫଳତା ହେତୁ ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ପକ୍ଷରୁ ଖୁସି ବ୍ୟକ୍ତ କରିବା ସହ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ରାଓ ନାଲ୍ଲା, ଉପସଭାପତି କୁରା ଗୌଡ, ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା, ସମ୍ପାଦକ ସୁରେଶ କୁମାର ପାଣିଗ୍ରାହୀ, ଉପଦେଷ୍ଟା ସତ୍ୟ ନାରାୟଣ ପାଢ଼ୀ ଏବଂ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରମୁଖ ନିଜ ଅନୁଷ୍ଠାନର ଜନୈକା ସଦସ୍ୟାଙ୍କ ଏତାଦୃଶ କୃତିତ୍ବରେ ଗର୍ବ ଅନୁଭବ କରିବା ସହ ଶ୍ରୀମତୀ ପଣ୍ଡାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହି ଅବସରରେ ଓଡ଼ିଆ କଳା ସଂସ୍କୃତିକୁ ଆନ୍ଧ୍ରପ୍ରଦେଶରେ ଅତ୍ୟନ୍ତ ସଫଳତା ସହକାରେ ପ୍ରଚାର ଓ ପ୍ରସାର କରୁଥିବା ହେତୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଅନୁରୂପ ଅଭିନନ୍ଦନ ଜ୍ଞାପନ ମଧ୍ୟ କରାଯାଇଛି ।

ad-week
Leave A Reply

Your email address will not be published.