କାର୍ଯ୍ୟରେ ଅବହେଳା ଯୋଗୁଁ ୧୦ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ନିଲମ୍ବିତ…

add-all

ମାଲକାନଗିରି : କାର୍ଯ୍ୟରେ ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାର ୧୦ଜଣ କନିଷ୍ଠ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ଦୀର୍ଘ ଦିନ ଧରି ନିଜ କାର୍ଯ୍ୟରେ ଅବହେଳା କରୁଥିବା ସହ ଅନୁପସ୍ଥିତ ରହୁଥିବାରୁ ପ୍ରଥମେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା । ତେବେ ଏହି ନୋଟିସ ର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସେମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା କାର୍ଯ୍ୟରୁ ବହିଷ୍କୃତ କରାଇଥିବା ଜଣାପଡିଛି । ଏହି ଶିକ୍ଷକ ମାନେ ହେଲେ ଅରୁଣା ରାଣୀ ବେଉରିଆ, ସନ୍ତୋଷ କୁମାର ସ୍ବାଇଁ, ଜସମିନ ଦାସ, ନିଳୀମା ଜେନା, ଜ୍ୟୋତିର୍ମୟୀ ସୁତାର, ରମେଶ ଚନ୍ଦ୍ର ନାୟକ, ସସ୍ମିତା ସାହୁ, ଦେବଶ୍ରୀ ବେହେରା, ସାବିତ୍ରୀ ପାତ୍ର, ରଞ୍ଜନ ବେହେରା ।

ad-week
Leave A Reply

Your email address will not be published.