ଜାତୀୟ ଦୁଃସାହସିକ କ୍ରୀଡା ପାଇଁ କନ୍ଧମାଳରୁ ୬ ଜଣ ମନୋନୀତ…

add-all

ଫୁଲବାଣୀ : ଉତ୍ତରାଖଣ୍ଡ ରାଜ୍ୟର ମସୁରୀ ଠାରେ ଜାତୀୟ ଦୁଃସାହସିକ କ୍ରୀଡା ଏକାଡେମୀ ଓ ରାଜ୍ୟ ଦୁଃସାହସିକ ସଂଘ ମିଳିତ ଆନୁକୁଲ୍ୟରେ ଗତ ୨୦୨୨ ଡିସେମ୍ବର ମାସ ୨୪ ତାରିଖରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୩୧ ତାରିଖରେ ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ର ବିଭିନ୍ନ ପ୍ରାନ୍ତରୁ ୩୨ ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ l ରକକ୍ଲାଇବିଙ୍ଗ, ରେପିଲିଙ୍ଗ,ଫ୍ଲାଇଂଫକ୍ସ, କମାଣ୍ଡ ଅବଷ୍ଟ୍ରାକେଲ, ଟ୍ରେକିଂ କ୍ରୀଡା ଉପରେ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆ ଯାଇଥିଲା l କନିଷ୍ଠ ବର୍ଗରେ ଫୁଲବାଣୀର ପ୍ରୀତମ ପାତ୍ର, ଅୟନ କୁମାର ସାହୁ ଓ ଅମିତ କୁମାର ରଥ, ଋତୁରାଜ ପ୍ରଧାନ, ନରେନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟର ଅୟନ କୁମାର ସାହୁ ଓ ଅମିତ କୁମାର ରଥ ଉଚ୍ଚ ମାନର କ୍ରୀଡା ପ୍ରଦର୍ଶନ କରିବା ସହ କନ୍ଧମାଳର ନାମକୁ ସର୍ବ ଭାରତୀୟ ସ୍ତରରେ ଉନ୍ନିତ କରିପାରିଥିଲେ l ସେହିପରି ବରିଷ୍ଠ ବର୍ଗରେ ପ୍ରକାଶ କୁମାର ଦେହୁରୀ, ମନୋଜ ପାତ୍ର, ଦିବ୍ୟ ରଞ୍ଜନ ପାତ୍ର, ରାକେଶ ମହାପାତ୍ର ଉଚ୍ଚ ମାନର କ୍ରୀଡା ପ୍ରଦର୍ଶନ କରିଥିଲେ l ସମୀର କୁମାର ପ୍ରଧାନ ଜ୍ୟୋତି ରଞ୍ଜନ ସାସମଲ ଙ୍କ ନେତୃତ୍ବରେ କ୍ରୀଡାବିତ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ବେଳେ ଆଗାମୀ ମେ ମାସରେ ହିମାଞ୍ଚଳ ପ୍ରଦେଶର ରାଜଧାନୀ ସିମଳା ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଦୁଃସାହସିକ କ୍ରୀଡା ଶିବିରରେ ଓଡିଶାରୁ କନିଷ୍ଠ ବର୍ଗର ୨ ଜଣ ବରିଷ୍ଠ ବର୍ଗର ୪ ଜଣ ମନୋନୀତ ହୋଇଥିବା ରାଜ୍ୟ ଦୁଃସାହସିକ କ୍ରୀଡା ସଂଘର ସଚିବ ତଥା କମାଣ୍ଡେଣ୍ଟ ଦୀପକ କୁମାର ରଥ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.