ବାଇକ୍ ଚୋରି ରାକେଟର ମାଷ୍ଟର ମାଇଣ୍ଡ ଗିରଫ,୩ ଚୋରା ବାଇକ୍ ଜବତ…

add-all

ବୁଗୁଡ଼ା : ବାଇକ ଚୋରି ରାକେଟର ମାଷ୍ଟର ମାଇଣ୍ଡକୁ ଗିରଫ କରିବା ସହ ୩ ଚୋରି ବାଇକକୁ ଜବତ କରିଛି ବୁଗୁଡ଼ା ପୋଲିସ l ଗିରଫ ଯୁବକ ହେଲେ ନୟାଗଡ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନାଣ୍ଡିଗିରି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଜାନି(୨୫) l ବୁଗୁଡ଼ା ପୋଲିସ ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ତ୍ଵରେ ପୋଲିସ ବାହିନୀ ପକ୍ଷରୁ ଗତକାଲି ସନ୍ଧ୍ୟାରେ କରଚୁଲି ଠାରେ ହେଲମେଟ ଯାଞ୍ଚ ଚାଲିଥିବା ବେଳେ ପୂର୍ଣ୍ଣ ଏକ ନମ୍ବର ବିହୀନ ନାଲି ରଙ୍ଗର ଆପାଚି ବାଇକରେ ଯାଉଥିବା ଦେଖି ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ନ ଅଟକି ଦ୍ରୁତ ଗତିରେ ପଳାଇବାରେ ପୋଲିସ ତାଙ୍କୁ ପିଛା କରି କରସିଂ ଠାରେ ଧରି ଯାଞ୍ଚ କଲା ବେଳେ ଏହା ଚୋରି ବାଇକ ବୋଲି ଜଣା ପଡିଥିଲା l ଫଳରେ ପୋଲିସ ପୂର୍ଣ୍ଣକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେ ବାଇକ ଚୋରି କରୁଥିବା ସ୍ୱୀକାର କରିବା ସହ ଆଉ ଦୁଇଟି ଚୋରା ବାଇକ ଘରେ ରଖିଥିବା କହିବା ପରେ ପୋଲିସ ପୂର୍ଣ୍ଣଙ୍କ ଘରୁ ୨ଟି ହୋଣ୍ଡା ସାଇନ ବାଇକ ଜବତ କରିଛି l ଉକ୍ତ ବାଇକ ରାକେଟରେ ନୟାଗଡ଼ ଓ ଜଗନ୍ନାଥ ପ୍ରସାଦ ଅଞ୍ଚଳର ୨ ଜଣ ସମ୍ପୃକ୍ତ ଥିବାବେଳେ ଏମାନେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରୁଥିବା ପୋଲିସ କହିଛି l ଏ ନେଇ କେସ ନଂ ୬/୨୩ରେ ଏକ ମାମଲା ରୁଜୁ କରି ପୂର୍ଣ୍ଣକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.