
ଫୁଲବାଣୀ : କନ୍ଧମାଳ ଜିଲ୍ଲା, ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପୈାରପରିଷଦ ଅନ୍ତର୍ଗତ ବିଭିନ୍ନ ବସ୍ତିର ଗୁଡ଼ିକ ପାହାଡିଆ ଅଞ୍ଚଳ ହୋଇଥିବା ହେତୁ ଅଧିକାଂଶ ଲୋକ ଦୀର୍ଘ ବର୍ଷ ଧରି ଅନାବାଦୀ ଜମି ଉପରେ ଘର ନିର୍ମାଣ କରି ନିଜ ନିଜର ପରିବାରକୁ ନେଇ ଚଳି ଆସୁଛନ୍ତି । ଉକ୍ତ ବସ୍ତି ମଧ୍ୟରୁ ହେଲା,ପିଅନପଡା , କେନ୍ଦୁପଦର,ନଦୀଖଣ୍ଡି ସାହି,ଚନ୍ଦନ ନଗର, ଅରବିନ୍ଦ ନଗର, ଗୋପାଳ ସାହି,ମେଡ଼ିକାଲଛକ ମୁଣ୍ଡିଆ ସହି, ଏପରିକି ବିଭିନ୍ନ ବସ୍ତି ମାନଙ୍କରେ ପକା ରାସ୍ତା ଉପରେ ପୂନର୍ବାର ପକା ରାସ୍ତା ନିର୍ମାଣ ହେଉଛି। କିନ୍ତୁ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ଠାରୁ ୨, କିଲୋମିଟର ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତି ଓ,ରୁଗୁଡିସାହି, ବସ୍ତିରେ ସରକାରଙ୍କର ବିଭିନ୍ନ ଯୋଜନାରୁ ବଞ୍ଚିତ ରହିଛନ୍ତି ୪୦୦ ପରିବାର l
ନିରିହ ଗରିବ ଅସହାୟ ଆଦିବାସୀ ହରିଜନ ଏବଂ ଅନ୍ୟାନ୍ୟ ବର୍ଗର ପରିବାର। ଉକ୍ତ ବସ୍ତିରେ,ନାଅଛି ରାସ୍ତା ନାଅଛି ଡ୍ରେନ କଚାମାଟି ରାସ୍ତା ନିର୍ମାଣ କରି ଉକ୍ତ ବସ୍ତିର ଲୋକମାନେ ଗମନାଗମନ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଫୁଲବାଣୀ ପୌର ପରିଷଦ ଏବଂ ସରକାରଙ୍କର ବିଭିନ୍ନ ଯୋଜନା ତଥା ଏସ୍,ଡି,ଏ, କମିଟି, ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ ଆସୁଥିବା ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରାୟ ଚାରିସହ ପରିବାର ।ବାରମ୍ବାର ଲିଖିତ ଏବଂ ମୌଖିକ ଭାବରେ ପୈାରପରିଷଦ ଅଧିକାରୀଙ୍କୁ ଗୁହାରି କରିବା ସ୍ୱତେ କୈାଣସି ଫଳପ୍ରଦ ହୋଇପାରୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ବସ୍ତି ବାସିନ୍ଦା ।ଏନେଇ ତ୍ରିଦେବ ବସ୍ତି ବାସିନ୍ଦା ମାନବାଧିକାର କ୍ଷୁର୍ଣ ହେଉଥିବାରୁ ।ଉକ୍ତ ଅଂଚଳର ଲୋକମାନେ ଆଗାମୀ ଦିନରେ ନେସନାଲ ହ୍ୟୁମାନରାଇଟ୍ସ ଚୈୟାରପରସନଙ୍କୁ ଲିଖିତ ମାଧ୍ୟମରେ ଜଣାଇବା ପାଇଁ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି। ସୁଚନା ଥାଉକି ତ୍ରିଦେବ ନଗର ବସ୍ତିର ବିଭିନ୍ନ ସମସ୍ୟାର ସରଳ ସମାଧାନ ପାଇଁ ବସ୍ତିର କିଛି ଶୃଙ୍ଖଳିତ ପରିବାର ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଉକ୍ତ କେସ,NO, W.P,(C )No, no,9394/2019, ଏବଂ,W,P,(C)No, 3083/2022, ଦୁଇଟି କେସ ହାଇକୋର୍ଟରେ ବିଚାରାଧୀନ ଅଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଉକ୍ତ ବସ୍ତିରେ କେବଳ ବିଜୁଳି ଆଲୁଅ,ପି,ଏଚ୍ ଡି ପାଣି, ଏବଂ ଦୁଇଟି କମ୍ୟୁନିଟି ଗୃହ ସରକାରଙ୍କ ତରଫରୁ ଜିଲ୍ଲାପାଳ ଡକ୍ଟର. ବୃନ୍ଦା. ଡିଙ୍କ ଅନୁଦାନ କରିଥିବା ଉକ୍ତ ବସ୍ତିର ମୂଖ୍ୟ ସଦସ୍ୟ ଗଣମାଧ୍ୟମ ଆଗରେ ଉପସ୍ଥାପନା କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପୈାରପରିଷଦର ,ପାତର ଅନ୍ତର ନୀତି ପାଇଁ ଆଗାମୀ ଦିନରେ ବସ୍ତିର ସମସ୍ତ ଶୃଙ୍ଖଳିତ ସଦସ୍ୟ ଓଡ଼ିଆ ମାନବାଧିକାର ଚୈୟାରପରସନ, ନେସନାଲ ମାନବାଧିକାର ଚୈୟାରପରସନ, ଏବଂ ହାଇକୋର୍ଟର ଦ୍ବାରସ୍ଥ ହେବାକୁ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି। ଏଣୁ ଏଥିପ୍ରତି ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲାପାଳ ମୋହଦୟ କିଛି କାର୍ଯ୍ୟନୁଷ୍ଠାନ ନେଇ ତିଦେବ ନଗର ବସ୍ତିର ଏବଂ ରୁଗୁଡସାହି ବସ୍ତିର ସମସ୍ତ ସମସ୍ୟା ଉପରେ ଉଚିତ୍ ପଦକ୍ଷେପ ନେଇ ସମାଧାନର ପନ୍ଥା ବାହାର କରି ଉକ୍ତ ବସ୍ତିର(୪୦୦) ଘର ପରିବାରକୁ ସରକାରଙ୍କର ବିଭିନ୍ନ ଯୋଜନାର କାର୍ଯ୍ୟକାରୀ କରି ସହଯୋଗ କଲେ। ଉକ୍ତ ଦୁଇଟି ବସ୍ତିର ଗରିବ ଅସହାୟ ଆଦିବାସୀ ହରିଜନ ଏବଂ ବିଭିନ୍ନ ବର୍ଗର ନିରିହ ପରିବାର ନିଜ ନିଜର ପରିବାରକୁ ନେଇ ସମାଜର ଚଳଣି ସହିତ ଖାପଖୁଆଇ ଚଳିପାରିନ୍ତେ ଏବଂ ଜିଲ୍ଲା ପ୍ରଶାସନର ମୂଖ୍ୟ ଅଧିକାରୀଙ୍କ ମଙ୍ଗଳ କାମନା କରନ୍ତେ ବୋଲି ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି l