ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଜାନୁୟାରୀରେ ଦୁଲୁକିବ ବୁଦ୍ଧଖୋଲ…

add-all

ବୁଗୁଡ଼ା : ତା ୦୫/୦୧/୨୩ : ଏଇ ଜାନୁୟାରୀ ମାସ ୨୭ରୁ୨୯ ତାରିଖ ପର୍ଯ୍ୟନ୍ତ ତିନି ଧରି ଆୟୋଜିତ ହେବାକୁ ଯାଉଥିବା ମହୋତ୍ସବ ଯୋଗୁଁ କିଛି ବର୍ଷ ବ୍ୟବଧାନରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପୁଣି ଦୁଲୁକିବାର ସ୍ଫଷ୍ଟ ଆଭାସ ମିଳିଯାଇଛି । ତେବେ ଏହି ତ୍ରିଦିବସୀୟ ମହୋତ୍ସବର ସଫଳ ରୂପାୟନ ପାଇଁ ବୁଧବାର ସନ୍ଧ୍ୟାରେ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସମିତି ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପୌରହିତ୍ଯରେ ବୁଦ୍ଧଖୋଲ ପାଦଦେଶସ୍ଥ କଲ୍ଯାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଅବସରରେ ମହୋତ୍ସବ ପାଇଁ ପାଣ୍ଠି ସଂଗ୍ରହ , ଆମନ୍ତ୍ରିତ ସଙ୍ଗୀତଜ୍ଞ ଓ କଳାକାରଙ୍କ ତାଲିକା ପ୍ରସ୍ତୁତି , ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ଯକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ,ଅଞ୍ଚଳର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ମହୋତ୍ସବ ଅବସରରେ ବୁଦ୍ଧଖୋଲ ପାଦଦେଶସ୍ଥ ଇକୋ ପାର୍କର ଉଦଘାଟନ ଆଦି ସମ୍ପର୍କେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏଥିସହ ମହୋତ୍ସବର ସୁପରିଚାଳନା ନିମନ୍ତେ ୩୫ ଜଣିଆ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ବୈଠକ ଶେଷରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଯୋଗ୍ୟ ଯେ , ବୈଶ୍ବିକ ମହାମାରୀ କରୋନା ଯୋଗୁଁ ଅଟକି ଯାଇଥିବା ମହୋତ୍ସବ ପୁଣି ଏବେ ୬ଷ୍ଠ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଥିବା ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.