ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଜୋରିମାନା…

add-all

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୫ ବର୍ଷିୟା ନାବାଳିକାର ଗଣ ଦୁଷ୍କର୍ମ ମାମଲାର ୧୩ ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ୍ ଇତ୍ୟାଦିକୁ ଭିତ୍ତି କରି ଲିପୁନ୍ ନାୟକ ୨୪ ବର୍ଷ, ପର୍ତ୍ତମାହା, ଦାରିଙ୍ଗବାଡିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ସରକାରୀ ଓକିଲ ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ।ସୂଚନା ଅନୁସାରେ ପିଡିତା, ବାପାଙ୍କ ସହ ତା ୨୮.୦୬.୨୦୧୮ରିଖ ସନ୍ଧ୍ୟା ୬ଘଟିକା ସମୟରେ ପର୍ତୁମାହା ଠାରୁ କେର୍କେବାଡିକୁ ଫେରୁଥିଲେ।ପିତା ଶାରୀରିକ ଅକ୍ଷମ ବ୍ୟକ୍ତି ହୋଇ ଥିବାରୁ ପିଡିତା ୩୦୦ ମଟର ଆଗରେ ଯାଉଥିଲା। ଅଭିଯୁକ୍ତ ମାନେ ଏହାର ସୁଯୋଗ ନେଇ ପିଡିତାକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିଲେ।ପିଡିତାର ବାପା ଶାରୀରିକ ଅକ୍ଷମ ଯୋଗୁଁ ଝିଅକୁ ଉଦ୍ଧାର କରି ନ ପାରି ଗାଆଁ ଲୋକ ମାନଙ୍କୁ ଖବର ଦେଇଥିଲେ ଏବଂ ଗାଆଁ ଲୋକ ଅଭିଯୁକ୍ତ ମାନଙ୍କ କବଳରୁ ଉଦ୍ଧାର କରିଥିଲେ। ଏ ସଙ୍କ୍ରାନ୍ତରେ ଦାରିଙ୍ଗବାଡି ଥାନାରେ ଲିଖିତ ରିପୋର୍ଟ୍ ପିଡିତାର ପିତା କରିଥିଲେ ଏବଂ ଥାନାଧିକାରୀ ୮୫/୨୦୧୮ ରେ ଏକ ମାମଲା ରୁଜୁ କରି , ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ ଅଦାଲତରେ ହାଜର କରାଇଥିଲେ ଆଜି ଉକ୍ତ ମାମଲାର ବିଚାରଣା କରି ମାନ୍ୟବର ବିଚାରପତି ମହାଶୟ ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.