ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଓ ହକି ବିଶ୍ଵ କପ ସଚେତନତା…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏମସିଏସ ମହାବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଓ ହକି ବିଶ୍ଵ କପ ପାଇଁ ସଚେତନତା କରାଯାଇଥିଲା l ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡିଶା ରେ ହକି ବିଶ୍ଵ କପ ଆୟୋଜନ ହେଉ ଥିବାରୁ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା l ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ରେ ଜିଲ୍ଲା ନୋଡାଲ ଅଫିସର ଶଙ୍କରାଖୋଲ କଲେଜର ଅଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ମୁଖ୍ୟ ବକ୍ତା ଭାବରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ ଯୋଗଦେଇ ପ୍ରତ୍ୟେକ ଛାତ୍ରୀ ସଂଜମତା ରକ୍ଷା କରିବା ସଙ୍ଗେ ସଙ୍ଗେ ପାଶ୍ଚାତ୍ୟ ସଂସ୍କୃତି ଠାରୁ ଦୁରେଇ ଏବଂ ଆତ୍ମ କୌଶଳ ଶିକ୍ଷାକୁ ଗ୍ରହଣ କରି ବିପଦ ସମୟରେ ତାକୁ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସ୍ୱାତୀ ଅନୁଷ୍ଠାନର କାଉନସିଲର ସ୍ନେହଲତା ନାୟକ, ଅଧ୍ୟାପକ ବନମାଳୀ ବେହେରା, ସୂରଜ ସାସମଲ ଯୋଗ ଦେଇ ସଚେତନତା କରାଇଥିଲେ l ଅଧ୍ୟାପକ ନରେନ୍ଦ୍ର ଦିଗାଲ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିରୂପାକ୍ଷ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ଜରିଆରେ ୧୬୩ ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆ ଯାଉଛି l ମାଷ୍ଟର ଟ୍ରେନର ଭାବେ ଜ୍ୟୋତିର୍ମୟୀ ପ୍ରଧାନ, ଅଞ୍ଜଳୀ କହଁର, ପ୍ରବିଣା ସାହୁ ମନ୍ଦୋଦରୀ ସାହୁ ପ୍ରମୁଖ ପ୍ରଶିକ୍ଷଣ ଦେଉଛନ୍ତି l

ad-week
Leave A Reply

Your email address will not be published.