ସାତ ଫୁଟର ଅଜଗର ସାପ ଉଦ୍ଧାର କଲା ଟିମ ହ୍ୟୁମାନିଟି କନ୍ଧମାଳ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରଠୁ ପ୍ରାୟ ୭ କିଲୋମିଟର ଦୂର କରଡ଼ାକୁମ୍ପା ଗ୍ରାମରେ ୭ ଫୁଟର ଅଜଗର ସାପ ପଶି ଆସିଥିବା ନେଇ ସୁନୀଲ ଦିଗାଲ ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ସମୟ ନଷ୍ଟ ନ କରି ତୁରନ୍ତ ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଅନୁପ ବିକ୍ରମ ପାତ୍ର ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଟିମ୍ ସଦସ୍ୟ ଦ୍ଵାରା ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗାଁ ଠୁ ଦୂର ଜଙ୍ଗଲରେ ଛାଡ଼ି ଦିଆଗଲା। ଟିମର ତତ୍ପରତା ଏବଂ ସାହାସ୍ ପାଇଁ ଗାଁ ଲୋକେ ସାଧୁବାଦ ଜଣାଇଛନ୍ତି।

ad-week
Leave A Reply

Your email address will not be published.