ଚୋରଙ୍କୁ କାବୁ କଲା ଟାଉନ ଥାନା ପୁଲିସ…

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍‌ ଥାନା ଅନ୍ତର୍ଗତ ନଦୀଖଣ୍ଡୀ ସାହିର ପୁଲିସ କର୍ମଚାରୀ ସନ୍ତୋଷ କୁମାର ପ୍ରଧାନଙ୍କ କ୍ବାର୍ଟରରୁ ଚୋରି ଘଟଣାରେ ଟାଉନ୍ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସନ୍ତୋଷ କିଛି ଦିନ ପାଇଁ ତାଙ୍କ ଭାଇଙ୍କ କ୍ୱାର୍ଟରରେ ରହୁଥିବା ବେଳେ ଏହାର ସୁଯୋଗ ନେଇ ୪ ଦୁବୃର୍ତ୍ତ ତାଲା ଭାଙ୍ଗି ଘରୁ ଖଟ, ଫିଜ୍, ଫ୍ୟାନ ସହିତ ଅନ୍ୟାନ୍ୟ ଆସବାବ ପତ୍ର ଚୋରି କରିଥିଲେ। ଏ ନେଇ ସନ୍ତୋଷ ଗତ ୫ ତାରିଖରେ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ଥାନା ପୁଲିସ ସନ୍ତୋଷଙ୍କ ଅଭିଯୋଗ ପ୍ରକାରେ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ଏକ ମାମଲା ରୁଜୁ କରି ଏକ ଟିମ୍ ଜରିଆରେ ତଦନ୍ତ ଆରମ୍ଭ କରି ଦୁଇ ଅଭିଯୁକ୍ତ ସହ ଚୋରି ସାମଗ୍ରୀ କିଣିଥିବା ଜଣକୁ ମିଶାଇ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଫୁଲବାଣୀର ସାରଙ୍ଗ ମୁଖୀ (୪୫), ସୁବ୍ରତ ମୁଖୀ (୨୩) ଓ ସାମଗ୍ରୀ କିଣିଥିବା ସଗଡ଼ିଆ ସାହିର ଯୋଗେଶ୍ଵର ନାୟକ। ପୋଲିସ ଫ୍ରିଜ, ଖଟ, ଫ୍ୟାନ ଜବତ କରି ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ବୋଲି ଆଦର୍ଶ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.