ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଉଦ୍ଘଘାଟିତ…

add-all

ଦାରିଙ୍ଗବାଡି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଉଦ୍ଘାଟନ ହୋଇ ଯାଇଛି । ଶୀତ ମହୋତ୍ସବ କମିଟିର ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସଭାପତିତ୍ବ କ୍ରମେ ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ରୋଦୋନ ମଲିକ, ବାଲିଗୁଡା ଏସଡିପିଓ ରୋହିତ ବର୍ମା, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କମିଟିର ସମ୍ପାଦକ ତଥା ବିଡ଼ିଓ ଗଦାଧର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ତଥା ତହସିଲଦାର ଡ଼. ଅଶୋକ ଦାସ ଅତିଥି ପରିଚୟ ସହ ବିବରଣୀ ପାଠ କରିଥିଲେ । ଅତିଥି ମାନଙ୍କ ଦ୍ଵାରା ହିମକନ୍ୟା ବହିର ଉନ୍ମୋଚନ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ କୋରାପୁଟ ଜିଲ୍ଲାର ଘୁମୁରା ନୃତ୍ୟ ସମେତ ଅଞ୍ଚଳର କୁଇ ନୃତ୍ୟ, ଗୀତ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ।

ad-week
Leave A Reply

Your email address will not be published.