ପାଣି ଟାଙ୍କି ଅଛି ପାଣି ନାହିଁ ପାଣି ଟୋପାଏ ପାଇଁ ହନ୍ତସନ୍ତ ଗ୍ରାମ ବସୀ…

add-all

ନନ୍ଦାହାଣ୍ଡି : ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ପଞ୍ଚାୟତ ର ରଙ୍ଗପିଆଜଗୁଡା ଗ୍ରାମରେ 2018/19 ମସିହାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ପାଣି ଟାଙ୍କି ନିର୍ମାଣଧୀନ ହେଇଥିଲା କିନ୍ତୁ ଦୁଃଖର ବିଷୟ ଆଜି ସୁଦ୍ଧା ଏହି ପାଣି ଟାଙ୍କିରେ ନା ଅଛି ପାଣି ନା ଲାଗୁଛି କୌଣସି କାମରେ l ସରକାରଙ୍କ ମାଳ ମାଳ ଯୋଜନା ଏହି ଜିଲାରେ ବାଟମାରଣା କହିଲେ କିଛିବି ଭୁଲ ହେବ ନାହିଁ l ସରକାରଙ୍କ ଘରେ ଘରେ ପାଣି ଓ ଘରେ ଘରେ ବିଜୁଳି କେବଳ କାଗଜ କଲମରେ ସୀମିତ ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି, ସୂଚନା ଥାଉକି ଏହି ଗ୍ରାମର ପ୍ରାୟ ୫୦ ପରିବାର ବସବାସ କରୁଛନ୍ତି ସେମାନେ ନଦୀ ନାଳ ଓ କୁଆର ପାଣି ପିଇବା ଦ୍ଵାରା ନାନା ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଇ ବିଭିନ୍ନ ରୋଗରେ ସଂକ୍ରମିତ ହେଉଛନ୍ତି l ଗ୍ରାମର ଲୋକ ଓ ଭଦ୍ର ବ୍ୟକ୍ତି ମାନଙ୍କ କହିବା ଅନୁସାରେ ପାଣି ଟାଙ୍କି ଥାଇ ଯଦି ତାହା କାମକୁ ଆସୁ ନାହିଁ ହେଲେ ଲୋକ ଦେଖାଣିଆ ଭାବେ କାହିଁକି ଏ ପ୍ରକଳ୍ପ କରାଯିବା କୁ ନେଇ ସ୍ୱର ଉତ୍ତୋଳନ କରିଛନ୍ତିl ଏହି ସୌର ଚଳିତ ପାନୀୟ ଜଳ ପ୍ରକଳ୍ପ ସଂସ୍ଥା ନୋଭୋସ ଗ୍ରୀନ୍ ଏର୍ଜି ସିଷ୍ଟମସ ପ୍ରା,ଲାଃ, ନାମ କ ସସ୍ଥା ଏହା ପ୍ରତିଷ୍ଠା କରିଥିଲେ କିନ୍ତୁ ସେମାନେ ଆଜି ଯାଏ ଅଭିଯୋଗ ସତ୍ୟେ କେହି ଵି ସଜାଡ଼ିବାକୁ ଆସୁ ନାହାନ୍ତି, ବାରଂ ବାର ବାରମ୍ବାର ଗ୍ରାମବାସୀ ବିଡ଼ିଓ ସରପଞ୍ଚଙ୍କୁ ଅଭିଯୋଗ କରି ନିରାଶ ହେଲେଣି କିନ୍ତୁ କେହି ଏହି ରଙ୍ଗପିଆଜଗୁଡ଼ା ଗ୍ରାମର ଦୁଃଖ ବୁଝୁ ନାହାନ୍ତି l ଅନୁମାନିକ ପ୍ରାୟ ଅନେକ ବର୍ଷ ହେଲାଣି ଏହା ଅକାମି ଓ ଅଚଲ ଅବସ୍ଥାରେ ପଡ଼ିଛି ଗ୍ରାମବାସୀ ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରିଛନ୍ତ l କିନ୍ତୁ ତାହା ଧର୍ମକୁ ଆଖିଠାର ସଦୃଶ୍ୟ କହିଲେ କିଛି ଭୁଲ ହେବ ନାହିଁ l ଉଲ୍ଲେଖ ଥାଉ କି ନବରଙ୍ଗପୁର ଜ଼ିଲ୍ଲା ଠାରୁ ନନ୍ଦାହାଣ୍ଡି ବ୍ଲକ ମାତ୍ର ଦଶ କିଲୋମିଟର l ଜ଼ିଲ୍ଲାର ପାଖ ଗ୍ରାମର ଅବସ୍ଥା ଏହି ପରି ହେଲେ ସୀମାନ୍ତବର୍ତ୍ତୀର ଅବସ୍ଥା କେତେ ଅବହେଳିତ ହେଇ ପାରେ ତାହା ନ କହିଲେ ସରେ l ପ୍ରଶାସନ ଏଥି ପ୍ରତି ତୁରନ୍ତ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତ୍ତିରେ ଡଙ୍ଗରଭେଜା ପଞ୍ଚାୟତର ରଙ୍ଗପିଆଜଗୁଡ଼ା 50 ପରିବାର ଯେପରି ପାଣି ପାଇଁ ପାରିବେ ତାହାର ସୁବ୍ୟବସ୍ଥା କରୁନ୍ତୁ ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରୁ ଛନ୍ତି l ନଚେତ ଗ୍ରାମବାସୀ ଆଗାମୀ ଦିନରେ ରାଜ ରାସ୍ତାରେ ଓଲ୍ହାଇବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି l

ad-week
Leave A Reply

Your email address will not be published.