ବ୍ରାହ୍ମଣୀଗାଁ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ…

add-all

ଦାରିଙ୍ଗବାଡି, ୦୯/୦୧ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଛି, ଜଣେ ତେର ବର୍ଷିୟା ନାବାଳିକା କୁ ସେହି ଗ୍ରାମ ର ଜଣେ ନାବାଳକ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗୁରୁବାର ଦିନ ନାବାଳିକା ଜଣକ ଦିନ ଦିପହରରେ ଗ୍ରାମ ନିକଟସ୍ଥ ଝରଣା କୁ ଏକୁଟିଆ ଗାଧୋଇବା କୁ ଯାଇଥିଲେ,ଲୁଗାପଟା ସଫା କରି ଶୁଖାଇବା ସମୟରେ ସେହି ଗ୍ରାମର ଦୁଇ ଜଣ ଯୁବକ ଉକ୍ତ ନାବାଳିକା କୁ ଏକୁଟିଆ ଥିବା ସୁଯୋଗ ପାଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ନେଇ ନାବାଳିକା ପରିବାର ପକ୍ଷରୁ ଥାନରେ ଲିଖିତ ଅଭଯୋଗ ହୋଇଛି, ଅଭିଯୋଗ ପାଇ ଥାନା ଅଧିକାରୀ ଚାପଧାରୀ ପ୍ରଧାନ ଙ୍କ ନେତୃତ୍ବ ରେ ପୋଲିସ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ସେଥିମଧ୍ୟରୁ ଦୁଷ୍କର୍ମ କାରୀ ଜଣେ ନାବାଳକ ଥିବା ସୂଚନା ମିଳିଛି । ଏ ନେଇ ବ୍ରାହ୍ମଣୀଗାଁ ଥାନା ରେ ପୋକ୍ସ କେଶ ନଂ ୩ /୨୩ ରେ ଏକ ମାମଲା ରୁଜୁ କରି ପୀଡ଼ିତା ଓ ଅଭିଯୁକ୍ତ ମାନଙ୍କ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହିଭଳି ଘଟଣା ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ad-week
Leave A Reply

Your email address will not be published.