ଚିକିଟି ବ୍ଳକରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ…

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଅଛି। ସୋମବାର ପୁର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧିକ୍ଷକ ଡ ଏମ୍ ଶ୍ରବଣା ବିବେକ ପହଞ୍ଚି ମିଳିତ ଭାବେ ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ରହିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ଆବାସ, ଖାଦ୍ୟ ସୁରକ୍ଷା,ଦିବ୍ୟାଙ୍ଗ ,ବିଧବା, ବାର୍ଦ୍ଧକ୍ୟ ଭତ୍ତା ଏପରି ଭାବେ ଜିଲ୍ଲାପାଳ ମୋଟ ୫୫ ଟି ଅଭିଯୋଗ ଗ୍ରହଣ କରିଥିବା ବେଳେ ବିଡ଼ିଓ ୬ ଟି ଅଭିଯୋଗ ଗ୍ରହଣ କରିଛନ୍ତି। ସାମୁହିକ ଭାବେ ୬୧ ଗୋଟି ଅଭିଯୋଗ ଶୁଣିଥିବା ବେଳେ ବ୍ଳକର ୩୨ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବିଦ୍ୟାଳୟ ନାମରେ ପଟ୍ଟା ପ୍ରଦାନ ସହ ଦୁଇ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ବିଶେଷ କରି ଚିକିଟୀ ପେଣ୍ଠ ଚଉଁରା ସାହି ସ୍ଥିତ ରଘୁନାଥ ମହାପ୍ରଭୁଙ୍କ ଜମି ହଡ଼ପ ନେଇ ତ୍ରିପତି ସାହୁ ,ସନ୍ତୋଷ ସାହୁ ଓ ମିଟୁ ସାହୁ ସ୍ବତନ୍ତ୍ର ଭାବେ ଜିଲ୍ଲାପାଳଙ୍କୁ ଭେଟି ହୋଇଥିବା ଜାଲି କାରନାମା ର ଏକ ଚିଠା ପ୍ରଦାନ କରିବା ସହିତ ତଦନ୍ତ ପାଇଁ ନିବେଦନ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ଚିକିଟୀ ବିଡ଼ିଓ ହଳଧର ଶବର, ତହସିଲଦାର ବିଶ୍ଵ ରଞ୍ଜନ କହଁର, ଏସଡିପିଓ କୃଷ୍ଣଚନ୍ଦ୍ର ଭାତ୍ରା ଏବଂ ଚିକିଟୀ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ ସଂଗ୍ରାମଜିତ ସାହୁ ପ୍ରମୁଖ ଙ୍କ ସମେତ ବହୁ ଲାଇନ୍ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.