ଚିତ୍ରକୋଣ୍ଡାରେ ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି…

add-all

ଚିତ୍ରକୋଣ୍ଡା: ଆସନ୍ତା ଜାନୁଆରୀ ଏଗାର ତାରିଖରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ରେ ହେବ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ l ଏଥିପାଇଁ ଚିତ୍ରକୋଣ୍ଡା ବ୍ଲକ ରେ ସମସ୍ତ ପ୍ରସ୍ତୁତି ଜୋର ଧରିଛି, ଚିତ୍ରକୋଣ୍ଡା ବ୍ଲକ ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କ ନେତୃତ୍ୱରେ ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଙ୍କ ଅଧକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଆଗେଇ ଚାଲିଛି l ଆଜି ବ୍ଲକ ସଭାଗୃହ ରେ ମାଲ୍ୟାବନ୍ତ ମହୋତ୍ସବ ନିମନ୍ତେ ଆନୁଷ୍ଠାନିକ ଭାବେ ବ୍ୟାଚ ଲଞ୍ଚ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଜିପିଓ ହେମନ୍ତ କୁମାର ଭୂୟାଁ,ଚିତ୍ରକୋଣ୍ଡା ସମତି ସଭ୍ୟ ରାଜକମଲ ପୁରୋହିତ, ସିପି ସୁଧା ମଣ୍ଡଳ, କିରାନି ରଘୁନାଥ ବେହେରା ଏବଂ ଅନ୍ୟ ବ୍ଲକ କର୍ମଚାରୀ ଙ୍କ ସହିତ ରାଲେଗଡା ସରପଞ୍ଚ କମଳୁ ହନ୍ତାଳ ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଏବଂ ସଦସ୍ୟ ଉପସ୍ଥିତ ଥିଲେ l ଚିତ୍ରକୋଣ୍ଡା ମାଲ୍ୟବନ୍ତ ମହୋତ୍ସବ ନିମନ୍ତେ ପୂର୍ବ ପ୍ରସ୍ତୁତି ମୁତାବକ ଅଳ୍ପ କିଛି ଦିନ ପୂର୍ବରୁ ପ୍ରତି ପଞ୍ଚାୟତ ସ୍ତରରେ ବିଦ୍ୟାଳୟ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା l ଏବେ ବ୍ଲକ ସ୍ତରରେ ବିଭିନ୍ନ ପ୍ରତି ଯୋଗିତା ବିଦ୍ୟାଳୟ ତଥା ଯୁବ ଗୋଷ୍ଠୀ ଏବଂ ଜନସାଧାରଣ ନିର୍ଦ୍ଧିଷ୍ଟ ପ୍ରତିଯୋଗିତା ମାନ ନିଆଯାଇ କାର୍ଯ୍ୟକ୍ରମ ଜାରି ରହିଛି l ଜିଲା ପ୍ରଶାସନ ଉଦ୍ୟମ ଚିତ୍ରକୋଣ୍ଡା ବ୍ଲକ ପ୍ରଚେଷ୍ଟା ରେ ସ୍ୱାଭିମାନ ଅଞ୍ଚଳ ରେ ଏକ ଗୌରବମୟ ଲୁକାୟିତ ନିଆରା ଘୋଡ଼ା ପ୍ରତିଯୋଗିତା ଜିଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସଚ ନିମନ୍ତେ ଇତିହାସ ରଚିଛି l ଚିତ୍ରକୋଣ୍ଡା ବ୍ଲକ ଅଠର ଗୋଟି ପଞ୍ଚାୟତ ମଧ୍ୟରୁ ଲୁକାୟିତ ପ୍ରତିଭା ମାନଙ୍କୁ ନେଇ ସାଂସ୍କୃ ତିକ କାର୍ଯ୍ୟକ୍ରମ ମାନ ପ୍ରତିଯୋଗିତା ଭିତିରେ ପ୍ରସ୍ତୁତ କରାଯାଇଛି l ପାରମ୍ପରିକ ଆଦିବାସୀ ନୃତ୍ୟ ଠାରୁ ଆରମ୍ଭ କରି ଢେମସା ନୃତ୍ୟ ଭଳି ବହୁ କାର୍ଯ୍ୟକ୍ରମ ରହିଛି l ଚଳିତ ବର୍ଷ ଚିତ୍ରକୋଣ୍ଡା ରେ ମାଲ୍ୟବନ୍ତ ମହୋତ୍ସବ ପୂର୍ବ ବର୍ଷ ମାନଙ୍କୁ ଠାରୁ ଭଲ ଏବଂ ବହୁ ଆଡମ୍ବର ପାଳନ କରାଯିବ ବୋଲି ଜଣାପଡିଛି l ଉକ୍ତ ମାଲ୍ୟବନ୍ତ ମହୋତ୍ସବ କୁ ସଫଳ ପ୍ରତି ପଞ୍ଚାୟତ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ, ସାମାଜିକ କର୍ମି, ଗଣ ମାଧ୍ୟମ ପ୍ରତିନଧି,ସାମାଜିକ ଅନୁଷ୍ଠାନ,ଯୁବ ଗୋଷ୍ଠି, ଠିକାଦାର ଗୋଷ୍ଠୀ, ସମସ୍ତ ସରକାରୀ କର୍ମଚାରୀ ଓ ଜନସାଧାରଣ ସହଯୋଗର ହାତ ବଢ଼ାଇଚାଲିଛନ୍ତି l

ad-week
Leave A Reply

Your email address will not be published.