ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଷଷ୍ଠ ଦିବସରେ ଅମରନାଥ କ୍ରିକେଟ କ୍ଳବ ଆସିକା ବିଜୟୀ…

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଷଷ୍ଠ ଦିଵସରେ ଅମରନାଥ କ୍ରିକେଟ କ୍ଳବ ଆସିକା ସହ ଗେଲେକ୍ସି ଇଲେଭେନ ମୁଣ୍ଢମରାଈ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଗେଲେକ୍ସି ଇଲେଭେନ ମୁଣ୍ଢମରାଈ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୧୬୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷରେ ଅମରନାଥ କ୍ରିକେଟ କ୍ଳବ ଆସିକାଦଳ ୪ଟି ୱିକେଟ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ପ୍ରଶାନ୍ତ ୪ ଓଭରରେ ୨୫ ରନ୍ ଦେଇ ୩ୱ୍ବିକେଟ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଅତିଥି ଭାବେ ଦ୍ରୋଣାଚାର୍ଯ୍ୟ ଏକାଡେମୀର ନିର୍ଦ୍ଦେଶକ ଗୋପାଳ କୃଷ୍ଣ ସାବତ ପ୍ରଶାନ୍ତ ଙ୍କୁୂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ କାଳିଆ ପାଢି ଓ ଆଦିତ୍ୟ ସାହୁ ପରିଚାଳନା କରିଥିଲେ। ସ୍କୋରର ଭାବେ ଯୋଗିନ୍ଦ୍ର ନାୟକ ଓ ଆଦିତ୍ୟ ସାହୁ ଅନଲାଇନ ମାଧ୍ୟମରେ ଧାରା ବିବରଣୀ ପ୍ରଦାନ କରିଥିଲେ । ସତିସ ପାଢି, ଅମୂଲ୍ୟ ରତ୍ନ ପଣ୍ଡା, ଲିଟୁ ପ୍ରଧାନ, ସିମାଞ୍ଚଳ ପାଣିଗ୍ରାହୀ, ଉମା ମହାରଣା, ସାଗର ବେହେରା, ସଚିନ ସେଠି, ସୁରୁଜ ସୁବୁଦ୍ଧି, ସୁନିଲ ପାଠି ,ଜିତେନ୍ଦ୍ର ଦାସ, ରଜତ ପ୍ରଧାନ, ଟିକୁ ମହାରଣା ଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ଫଟୋ-

ad-week
Leave A Reply

Your email address will not be published.