ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହେମଗିର ବ୍ଲକରେ ଯୁଗ୍ମ ଜନଶୁଣାଣି…

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହେମଗିର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଆୟୋଜିତ ଏହି ଜନଶୁଣାଣିରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଏବଂ ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୯୧ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଜନଶୁଣାଣି ଚାଲିଥିବା ବେଳେ ୨୦ଟି ଅଭିଯୋଗର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାରକରି ତୁରନ୍ତ ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଲୋକମାନେ ନୂତନ ରାସ୍ତା ନିର୍ମାଣ ସହ ରାସ୍ତା ମରାମତି, ବିଦ୍ୟାଳୟ ଉନ୍ନତିକରଣ, ଶିକ୍ଷକ ନିଯୁକ୍ତି, ନୂତନ ପୋଖରୀ ଖନନ ଏବଂ ସୌନ୍ଦର୍ଯ୍ୟକରଣ, ଖେଳପଡ଼ିଆର ଉନ୍ନତିକରଣ, ପ୍ରଦୂଷଣ ନିୟନ୍ତ୍ରଣ, ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି, ପାନୀୟ ଜଳ ସମସ୍ୟା ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାସହ ରାସନ କାର୍ଡ, ଭତ୍ତା, ଜମିପଟ୍ଟା ଆଦି ସମ୍ପର୍କରେ କେତେକ ଲୋକ ଜନଶୁଣାଣିରେ ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୩ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ଲେଖାଏଁ ଚିକିତ୍ସା ପାଇଁ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ, ଡେପୁଟି କଲେକ୍ଟର କୁନ୍ତୀରାଣୀ ନାଏକ, ଉପଜିଲ୍ଲାପାଳ ଦାଶରଥି ସରାବୁ, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସା, ବିଡିଓ ଜଗଦିଶ ଚନ୍ଦ୍ର ମହାନନ୍ଦ, ତହସିଲଦାର ଭିକ୍ଟୋରିଆ ଏକ୍କାଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.